ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଗୋଟେ ଦିନରେ ବିଭିନ୍ନ ରାଜ୍ୟକୁ ଯାଇଛି ୩୮୪.୮୬ଟନ ତରଳ ମେଡିକାଲ ଅମ୍ଲଜାନ

ରାଉରକେଲା: ଦେଶରେ ଏବେ ତରଳ ମେଡିକାଲ ଅମ୍ଲଜାନର ଅଭାବ ଦେଖା ଦେଇଥିବା ବେଳେ ଦେଶକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଓଡ଼ିଶା। ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଭିନ୍ନ ରାଜ୍ୟକୁ ପଠାଯାଉଛି ତରଳ ମେଡିକାଲ ଅମ୍ଲଜାନ। ଏପର୍ଯ୍ୟନ୍ତ ଓଡ଼ିଶା ସମେତ ୭ଟି ରାଜ୍ୟକୁ ତରଳ ମେଡିକାଲ ଅମ୍ଲଜାନ ପଠାଇସାରିଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ। ଗତକାଲି ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ସର୍ବାଧିକ ୩୮୪.୮୬ଟନ ତରଳ ମେଡିକାଲ ଅମ୍ଲଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୨୧ଟି ଟ୍ୟାଙ୍କର ଯୋଗେ ୩୮୪.୮୬ଟନ ତରଳ ମେଡିକାଲ ଅମ୍ଲଜାନ ପଠାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଓଡ଼ିଶାକୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ୫୫.୭୨ଟନ ତରଳ ମେଡିକାଲ ଅମ୍ଲଜାନ ଦିଆଯାଇଥିବା ବେଳେ ଛତିଶଗଡ଼କୁ ୨୬.୫୦ଟନ, ଉତ୍ତରପ୍ରଦେଶକୁ ୪୪.୫୪ଟନ, ହରିୟାଣାକୁ ୯୬.୫୭ଟନ, ମଧ୍ୟପ୍ରଦେଶ ୧୯.୮୬ଟନ, ତେଲେଙ୍ଗାନାକୁ ୯୬.୦୭ଟନ ଏବଂ ପଞ୍ଜାବରୁ ୨୯.୩୨ଟନ ତରଳ ମେଡିକାଲ ଅମ୍ଲଜାନ ପଠାଯାଇଛି। ଏହା ପୂର୍ବରୁ ମଧ୍ୟ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ସଡ଼କ ପଥରେ ଟ୍ୟାଙ୍କର ଯୋଗେ ଅମ୍ଲଜାନ ପଠାଯାଇଛି।

ସମ୍ବନ୍ଧିତ ଖବର