ରାଜ୍ୟରୁ ଚିହ୍ନଟ ହେଲେ ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ, ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ବୃଦ୍ଧି ପାଇଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜ୍ୟରୁ ଆଉ ୩୨ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି ।

ଓଡ଼ିଶାର ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ

ଡିସେମ୍ବର ୨୧ ତାରିଖ – ୨
ଡିସେମ୍ବର ୨୩ ତାରିଖ – ୨
ଡିସେମ୍ବର ୨୬ ତାରିଖ – ୪
ଡିସେମ୍ବର ୨୯ ତାରିଖ – ୧
ଡିସେମ୍ବର ୩୦ ତାରିଖ – ୫
ଜାନୁଆରୀ ୨ ତାରିଖ – ୨୩
ଜାନୁଆରୀ ୫ ତାରିଖ – ୨୪
ଜାନୁଆରୀ ୮ ତାରିଖ – ୧୪
ଜାନୁଆରୀ ୧୦ ତାରିଖ – ୨୮
ଜାନୁଆରୀ ୧୨ ତାରିଖ – ୬୭
ଜାନୁଆରୀ ୧୫ ତାରିଖ – ୩୨
ମୋଟ ସଂଖ୍ୟା – ୨୦୨

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୮୫୬ ସଂକ୍ରମିତ । ଖୋର୍ଦ୍ଧାରୁ ୩୦୮୭, ସୁନ୍ଦରଗଡରୁ ୧୯୪୩, କଟକରୁ ୯୦୯, ବାଲେଶ୍ୱରରେ ୩୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାଗୁଡିକରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତକାଲି ତୁଳନାରେ ଆଜି ୫୮୩ ମାମଲା ବୃଦ୍ଧି ଘଟିଛି । ତେବେ କେବଳ ଜାନୁଆରୀ ମାସର ୧୫ ଦିନରେ ଚିହ୍ନଟ ହୋଇଛନ୍ତି ୬୭ ହଜାର ୯୦୨ ସଂକ୍ରମିତ । ଏଥିସହିତ ରାଜ୍ୟରେ ୫୦ ହଜାର ପାର କରିଛି ଆକ୍ଟିଭ ମାମଲା । ଟିପିଆର ହିସାବରେ ରେଡ ଜୋନ ସଂଖ୍ୟା ୧୫ରେ ପହଞ୍ଚିଲାଣି । ସକ୍ରିୟ ସଂକ୍ରମିତ ମାମଲାରେ ୬ ଜିଲ୍ଲା ୟେଲୋ ଜୋନରେ ପହଞ୍ଚିଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଲକ୍ଷଣ ନଥିଲେ କୋଭିଡ଼ ଟେଷ୍ଟ ନକରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପଜିଟିଭ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର