ଦୁଇ ବର୍ଷରେ ଓଡ଼ିଶା ହେବ ପ୍ଲାଷ୍ଟିକ ମୁକ୍ତ, ଗାନ୍ଧି ଜୟନ୍ତୀରୁ ଅଭିଯାନ ଆରମ୍ଭ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶା ପ୍ଲାଷ୍ଟିକ ମୁକ୍ତ ହେବ। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୁରୀରୁ ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ। ପର୍ଯ୍ୟାୟ କ୍ରମେ ୨ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ସଚିବାଳୟ ଠାରେ ‘ଆମ ମୁଖ୍ୟମନ୍ତ୍ରୀ- ଆମ କଥା’ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିି ଯେ ସମଗ୍ର ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ୍‌, ପଲିଥିନ ଓ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଥମେ ମହାନଗର ନିଗମ ଓ ପୁରୀରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ଅକ୍ଟୋବର ମାସ ୨ ତାରିଖରୁ ଆରମ୍ଭ ହେବ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ। ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗ ତଦାରଖ କରିବ। ସେହିପରି ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ନିଷିଦ୍ଧ କାର୍ଯ୍ୟକ୍ରମ ଦାୟିତ୍ୱ ପଞ୍ଚାୟତରାଜ ବିଭାଗକୁ ଦିଆଯିବ। ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ରୋକିବା ଦିଗରେ ଜଙ୍ଗଲ ଓ ପରିବେଶ ବିଭାଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହିତ ସମସ୍ତେ ଗାଟିଏ ଲେଖାଁଏଁ ଗଛ ଲଗାଇଏହାର ଦାୟିିତ୍ୱ ନେବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର