ପର୍ଯ୍ୟଟକଙ୍କ ପାଇଁ କୋହଳ ହେଲା କଟକଣା

ଜୟପୁର : ଆଦିବାସୀ ଇଲାକାରେ ପର୍ଯ୍ୟଟନ ଉପରେ ରହିଥିବା କଟକଣାକୁ ସରକାର ଉଠାଇ ନେଇଥିବା ସୂଚନା ମିଳିଛି। ଏହା ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଭିବକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପ୍ୟାକେଜ ଆକାରରେ ପର୍ଯ୍ୟଟକ ମାନଙ୍କୁ ଆଣିବା ଆରମ୍ଭ କରିଥିବା ପର୍ଯ୍ୟଟନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଖାସ୍ କରି ଏବେ ହେବାକୁ ଥିବା ହକି ବିଶ୍ବକପ ପାଇଁ ଅଧିକା ପର୍ଯ୍ୟଟକଙ୍କୁ ଅଭିବକ୍ତ କୋରାପୁଟ ଜିଲ୍ଲାକୁ ଅଣାଯିବାର ଯୋଜନା ରହିଛି ବୋଲି ସୂଚନା ମିଳିଛି। ଏହି କ୍ରମରେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବିକାଶ ସହ ରହିବା ,ଖାଇବା ବ୍ୟବସ୍ଥା ଥିବା ନେଇ ପ୍ରଚାର ଚାଲିଥିବା ସୂଚନା ମିଳିଛି। ସେଭଳି ଜିଲ୍ଲାର ଏସପି ଓ ଜିଲ୍ଲାପାଳ ମାନଙ୍କୁ ସୁରକ୍ଷା, ଦେଖାରଖା କରିବା ଆଦି ଦିଗରେ ଦୃଷ୍ଟି ଦେବାକୁ ବି ପର୍ଯ୍ୟଟନ ବିଭାଗ ଅନୁରୋଧ କରିଥିବା ସୂଚନା ମିଳିଛି। ଏହି କ୍ରମରେ ଗତ କିଛି ମାସ ହେବ ଅନ୍ୟ ଜିଲ୍ଲା ଓ ବାହାର ଦେଶରୁ ବି ପର୍ଯ୍ୟଟକ ଆସିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର