ସୁନ୍ଦରଗଡ଼: ସୁନ୍ଦରଗଡ଼ ବନଖଣ୍ଡ ସଦର ବନାଞ୍ଚଳର ମହୁଲଯୋର, ଘଣ୍ଟିବୁଡ଼, କିଞ୍ଜିର୍ମା, ଭଷ୍ମା, ମସ୍ନିକାନି ଅଞ୍ଚଳରେ ଏକ ହାତୀପଲ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ବିଭିନ୍ନ ଗାଁକୁ ପଶି ବହୁ ଘର ଭାଙ୍ଗିବା ସହ ବିଲରେ ବୁଣା ଓ ରୁଆ ଯାଇଥିବା ଧାନ ଗଛକୁ ମାଡ଼ି ମକଚି ନଷ୍ଟ କରି ଦେଇଛି। ଗତ ୯ ତାରିଖ ରାତିରେ ମହୁଲଯୋର ଗାଁର ୭ଟି ଘର କାନ୍ଥ ଭାଙ୍ଗି ଦେଇଥିଲେ। ଏହା ପରେ ପରେ ଏସବୁ ପଞ୍ଚାୟତର ଏକାଧିକ ଗାଁରେ ହାତୀ ଉପଦ୍ରବ ଲାଗି ରହିଛି। ବିଶେଷ କରି ବିଦ୍ୟୁତ କାଟ୍ ଯୋଗୁ ଅନ୍ଧାରର ସୁଯୋଗ ନେଇ ହାତୀ ଗାଁକୁ ପଶି ଆସୁଥିବା ଅଭିଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାତିରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଯୋଗେଶ ସିଂ ଓ ଜିଲ୍ଲା ପରିଷଦ ସଭ୍ୟ ଅଶ୍ବିନୀ ନାଏକ କିଞ୍ଜିର୍ମା, ଭଷ୍ମା, ମସ୍ନିକାନି ଅଞ୍ଚଳର ପ୍ରଭାବିତ ଗାଁକୁ ଯାଇ ପ୍ରତି ପରିବାରକୁ ଟର୍ଚ୍ଚ ଲାଇଟ୍ ବାଣ୍ଟିଛନ୍ତି। ରାତିରେ ଗାଁକୁ ପଶି ଆସିଥିବା ହାତୀ ଘଉଡ଼ାଇବାକୁ ଏହା ସହାୟକ ହେବ ବୋଲି ଶ୍ରୀ ସିଂ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କ୍ଷତିଗ୍ରସ୍ତ ଲୋକଙ୍କ ଏକ ତାଲିକା ମୁଖ୍ୟ ବନ ସଂରକ୍ଷକଙ୍କୁ ପଠାଇ ତୁରନ୍ତ କ୍ଷତିପୂରଣ ବା ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
ସଦର ବନାଞ୍ଚଳରେ ହାତୀ ଉପଦ୍ରବ; ରାତିରେ ପ୍ରଭାବିତ ଗାଁରେ ଟର୍ଚ୍ଚ ବାଣ୍ଟିଲେ ଯୋଗେଶ
/sambad/media/post_attachments/wp-content/uploads/2023/08/0439a5bb-5c75-44c0-8ab2-a0d0c0f0192c.jpg)