ବଡ଼ଦିନ ପାଳନ ପାଇଁ ପେଣ୍ଠ ବେଳାଭୂମିରେ ପ୍ରବଳ ଭିଡ଼

ରାଜନଗର: ଆଜି ବିଶ୍ୱପ୍ରସିଦ୍ଧ ଭିତରକନିକା ଓ ପେଣ୍ଠ ବେଳାଭୂମିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରାୟ ୭ ହଜାର ପର୍ଯ୍ୟଟକ ଏଠାକୁ ଆସିଥିଲେ। ଗୋଟିଏ ଦିନରେ ଭିତରକନିକାରେ ୨,୯୯୪ ଜଣ ପର୍ଯ୍ୟଟକ ଆସିଥିଲେ। ପେଣ୍ଠ ବେଳାଭୂମିରେ ୪ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଆଜି ସ୍ଥଳପଥରେ ଭିତରକନିକାକୁ ଡାଙ୍ଗମାଳ ପ୍ରବେଶ ପଥ ଦେଇ ୧୫୯୭ ପର୍ଯ୍ୟଟକ ଓ ଜଳପଥରେ ୧୩୯୭ ପର୍ଯ୍ୟଟକ ଭିତରକନିକାର ଶୋଭାକୁ ଉପଭୋଗ କରିଛନ୍ତିି। ଗୁପ୍ତି ପ୍ରବେଶ ପଥ ଦେଇ ୩୪ଟି ବୋଟ୍‌ରେ ୫୧୬ଜଣ ଓ ଖୋଳା ବାଟେ ୫୯ଟି ବୋଟ୍‌ରେ ୮୮୧ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣ କରିଛନ୍ତିି। ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପରିବାର ସହିତ ଭିତରକନିକାରେ ରାତ୍ରିଯାପନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର