ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ସଂସ୍କୃତି ଭବନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଭାଗ ପକ୍ଷରୁ ଏକ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ପାଣିଗ୍ରାହୀ କର୍ମଚାରୀମାନଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ହୋଇ କାର୍ଯ୍ୟ କରିବା ସହ ବିଭାଗକୁ ସଫଳତାର ନୂଆ ପରିଚୟ ଦେବାକୁ ଆହ୍ବାନ ଦେଇଥିଲେ। ଏଥିସହ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ଉପବିଭାଗ ଓ ଅନୁଷ୍ଠାନଗୁଡ଼ିକ ସମ୍ପର୍କରେ ନୂଆ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକଙ୍କ ସମେତ ସ୍ବତନ୍ତ୍ର ସଚିବ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସଂସ୍କୃତି ବିଭାଗ କାର୍ଯ୍ୟାଳୟ ବୁଲିଲେ ନୂଆ ସଂସ୍କୃତି ମନ୍ତ୍ରୀ
/sambad/media/post_attachments/wp-content/uploads/2019/05/jyoti-prakash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)