ଜୟପୁର: ବର୍ଷର ଶେଷ ହେବାକୁ ଆଉ ୨ମାସ ରହିଥିବାରୁ  ଆରମ୍ଭ ହୋଇଛି ପିକନିକ୍ ଋତୁ। ଗୋଟିଏ ପଟେ ଶୀତ ଏବଂ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ। ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନସ୍ତଳୀର ବିକାଶ କଥା କାଗଜକଲମରେ ରଖିଛନ୍ତି। ଅପରପକ୍ଷରେ କେବଳ ସହରର କିଛି ଛକ, ବିମାନବନ୍ଦର ଛକ ଆଦିରେ ୨୪ଟି ପର୍ଯ୍ୟଟନସ୍ଥଳୀର ତାଲିକା ଲଗାଇଛନ୍ତି। ଏଥିରେ ଜୟପୁର, ତେଲିଙ୍ଗିରୀ ଓ କୋଲାବକୁ ସ୍ଥାନ ଦେଇଛନ୍ତି।

Advertisment

ତେବେ ସହରର ଚାରିପାର୍ଶ୍ବରେ ବହୁ ପିକନିକ୍ ସ୍ପଟ ଏବେ ଦେଖିବାକୁ ମିଳିଛି। କିଛି ପିକନିକ୍ ସ୍ପଟ ପୂର୍ବରୁ ରହି ଆସିଥିଲେ ହେଁ ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ କେହି ବି ଏସବୁ ସ୍ଥାନର ବିକାଶ ଦିଗରେ ସାମାନ୍ୟତମ ଦୃଷ୍ଟି ଦେଇନାହାନ୍ତି। ଜୟପୁର ଠାରୁ ୨୫କିଲୋମିଟର ଦୂରତା ମଧ୍ୟରେ ରହିଛି ବ୍ରିଟିଶ ଅମଳର ମାଳିଗୁଡା ଝୁଲା ରେଳ ବ୍ରିଜ୍ ଓ ତେଲଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ। ପାହାଡ, ପର୍ବତ ମଧ୍ୟରେ ତେଳିଙ୍ଗିରୀ ଜଳସେଚନ ପ୍ରକଳ୍ପ ଅତ୍ୟନ୍ତ ମନୋହର। ଏହା ପାର୍ଶ୍ବ ଦେଇ ବି ରେଳ ଲାଇନ୍ ଯାଇଛି।

publive-image

ଜୟପୁର ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଗଡ଼ପଦର। ସବୁଜ ବନାନୀ, ପାହାଡ଼ିଆ ଝରଣା, ଗୋଟିଏ ପାର୍ଶ୍ବରେ କୋଲାବ ମୁଖ୍ୟକେନାଲ ଓ ଏହା ସାଙ୍ଗକୁ ରେଳଲାଇନ୍  ଏବଂ ଏହାର ତଳଭାଗକୁ ହଜାର ହଜାର ହେକ୍ଟରର ଧାନ ଜମି ପର୍ଯ୍ୟଟକଙ୍କୁ ବେଶି ଆକର୍ଷଣ କରିଥାଏ। ଜୟପୁର ସହରଠାରୁ ୧୫ କିଲୋମିଟର ଦୂରରେ ଡଙ୍ଗରଛିଞ୍ଚି ପାହାଡ ନିକଟରେ ରହିଛି ପାତ୍ରପୁଟ। ଏହିଠାରେ ରହିଛି ବ୍ରିଟୀଶ ସରକାର ଅମଳର ଏକ ପୁରାତନ  ଶତାୟୁ ଲୁହା ବ୍ରିଜ୍। ଏହି ବ୍ରିଜଟି ଦେଇ ଯାଇଛି ବିଜୟୱାଡା-ରାଂଚି କରିଡ଼ର ୩୨୬। ଜୟପୁର ସହ ମାଲକାନଗିରିକୁ ଯୋଡୁଛି। ଏହି ବ୍ରିଜର ନିମ୍ନ ଦେଶରେ ଓ ଏହାର ପାଖରେ ରହିଛି ଏକ ୨ଟି ସୁଦୀର୍ଘ ପିକନିକ ସ୍ପଟ। ବ୍ରିଜ୍ ତଳେ କୋଲାବ ନଦୀର ପାଣି ଗୋଟିଏ ସ୍ଥାନ ଖୋଲା ରହିଥିବା ବେଳେ ଅନ୍ୟଟିରେ ଆକାଶୀ ବଣ ମଧୢରେ ରହିଛିା ଜୟପୁର ସହରରୁ  କୋରାପୁଟ ଆଡକୁ ଯାଇ ଦେଓଘାଟି ଛକରୁ ବୁଲି ପଡ଼ିଲେ ପ୍ରାୟ ୧୯କିଲୋମିଟର ଗଲେ ପଡିବ ଉପର କୋଲାବ ଓ ତଳ କୋଲାବ। ଏହା ସମୁଦ୍ରପୃଷ୍ଠରୁ ୩୦୦୦ଫୁଟ ଉଚ୍ଚରେ ଥିବାରୁ ଏହାର ପରିବେଶ ଅତି ମନୋରମ। ଏହିଠାରେ ଜଳରୁ ବିଦ୍ୟୁତ ଉତ୍ପଦନ କିପରି କରାଯାଉଛି କର୍ତ୍ତୃପକ୍ଷଙ୍କ ଅନୁମତି  ନେଇ ଦେଖିବି ପାରିବେ । ଏଠାରେ ଥିବା ଜଳଭଣ୍ଡାରକୁ ଦେଖିବା ସହ ବୋଟିଂ କରି ପାରିବେ ପର୍ଯ୍ୟଟକ। ସେଭଳି ବଗେଇପଦର ପାର୍ଶ୍ବରୁ ସହର ଏବଂ ପ୍ରକଳ୍ପର ତଳଭାଗ ଦେଖିବାକୁ ୱାଚ୍ ଟାୱର ବି ରହିଛି। ଏଠାରୁ ଅତ୍ୟନ୍ତ ମନୋହର ଦୃଶ୍ୟ ସହ ଜୟପୁର ସରର ଏରିୟଲ ଭ୍ୟୁ ବି ଦେଖି ପାରିବେ। ବାରିଣିପୁଟ ପଞ୍ଚାୟତ ଅଧୀନରେ ରହିଛି ଏହି ଏସ-ୱାଟଫଲ। ଏହିଠାରେ ପାହାଡରୁ ୫୦ ଫୁଟ ଉପରୁ ତଳକୁ ପାଣି ପ୍ରପାତ ଭଳି ଖସୁଛି।  ସଂପ୍ରତି ରାଜପରିବାର ପକ୍ଷରୁ ଜୟପୁର ରାଜମହଲ, ସୂର୍ଯ୍ୟମହଲ ଆଦିର ପୁନଃରୁଦ୍ଧାର କରିବା ଜାରୀ ରଖିଛନ୍ତି। ଏହା ସହ ରାଜରାଜୁଡା ଅମଳର ଜଗନ୍ନାଥ ସାଗରର ପୁନଃରୁଦ୍ଧାର ପ୍ରକ୍ରିୟା ଜାରୀ ରହିଛି।

ସହରର ଚାରି ପାର୍ଶ୍ବରେ ଥିବା କିଛି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ବୁଲିବା ପାଇଁ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପିକନିକ୍ ସ୍ପଟ ବୁଲା ଏବଂ ତା ସାଙ୍ଗକୁ ଜୋର ଧରିଛି ଭୋଜିଭାତ।  ତେବେ ଏସବୁ ସ୍ଥାନରେ ଅନୁସଙ୍ଗିକ ଭିତ୍ତିଭୂମିର ସୁଧାରିବା ସହ ସାମାନ୍ୟତମ ସୁବିଧା ଏସବୁ ସ୍ଥାନରେ ନଥିବାରୁ ଲୋକେ ଭୋଜିଭାତ କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏସବୁସ୍ଥାନରେ ନଳକୂଅ ଖଣ୍ଡିକ ସହ ପର୍ଯ୍ୟଟକଙ୍କ ବସା ଉଠା ପାଇଁ ଅନୁସଙ୍ଗିକ ଭିତ୍ତିଭୂମି ସଜାଡ଼ିବାକୁ ଦାବି ହୋଇଛି।