୮୦ ଫୁଟ ତଳକୁ ଖସିଲା ଟୁରିଷ୍ଟ୍‌ ବସ୍‌, ୪ ମୃତ

କୋରାପୁଟ : ବିଶାଖାପାଟଣାର ପର୍ଯ୍ୟଟନସ୍ଥଳ ଆରୁକୁ ନିକଟସ୍ଥ ବୋରାଗୁମ୍ଫା ନିକଟରେ ଶୁକ୍ରବାର ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘାଟିରେ ଏକ ଟୁରିଷ୍ଟ ବସ୍‌ ଭାରସାମ୍ୟ ହରାଇ ପ୍ରାୟ ୮୦ଫୁଟ ତଳକୁ ଖସି ପଡ଼ିବାରୁ ଦୁଇ ଜଣ ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୯ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଏସ. କୋଟା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ତେଲେଙ୍ଗାନା ଅଞ୍ଚଳରୁ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ତେଲେଙ୍ଗାନା ଅଞ୍ଚଳର ୨୩ଜଣ ପର୍ଯ୍ୟଟକ ଏକ ମିନି ବସ୍‌ରେ ଆରକୁ ବୁଲିବାକୁ ଆସିଥିଲେ। ଶୁକ୍ରବାର ରାତିରେ ସମସ୍ତେ ନିଜ ଅଞ୍ଚଳକୁ ଏହି ବସ୍‌ ଯୋଗେ ଫେରୁଥିଲେ। ତେବେ ରାତି ପ୍ରାୟ ୯ଟାରେ ବୋରାଗୁମ୍ଫା ନିକଟ ଦମୁଛକ ନିକଟସ୍ଥ ଏକ ବୁଲାଣିରେ ଘନ କହୁଡ଼ି ଥିବାରୁ ବସ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୮୦ଫୁଟ ଘାଟି ତଳକୁ ଖସି ପଡିଥିଲା। ଏଥିଯୋଗୁ ବସ୍‌ ଭିତରେ ଥିବା ୨ଜଣ ଶିଶୁ ଓ ଅନ୍ୟ ୨ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବାବେଳେ ୧୯ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ୧୦ ବର୍ଷରୁ କମ୍‌ ଶିଶୁ ଥିବା ସୂଚନା ମିଳିଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ଅନନ୍ତଗିରି ପୁଲିସ ଓ ଏନଡି୍ଆରଏଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ୩୦ କିଲୋମିଟର ଦୂର ଏସ. କୋଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର