ବେଳାଭୂମିରେ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ରବିବାର ଦିନ ସମୁଦ୍ରକୁ ଗାଧୋଇବାକୁ ଆସିଥିବା ଜଣେ ପର୍ଯ୍ୟଟକ ବେଳାଭୂମିରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବରଗଡ଼ ରେଳଷ୍ଟେସନ ଅଞ୍ଚଳର ରାକେଶ କୁମାର ସାହୁ ସପରିବାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ରବିବାର ସେ ପରିବାର ସହ ସମୁଦ୍ର ସ୍ନାନ ପାଇଁ ଆସିଥିଲେ। ତେବେ ହଠାତ୍‌ ବେଳାଭୂମିରେ ରାକେଶ ତଳେ ପଡ଼ିଯାଇଥିଲେ। ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର