ପୁରୀ : ରବିବାର ଲାଇଫ୍ ଗାର୍ଡଙ୍କ ଉଦ୍ୟମ କ୍ରମେ ଜଣେ ପର୍ଯ୍ୟଟକଙ୍କୁ ସମୁଦ୍ର ଗର୍ଭରୁ ଉଦ୍ଧାର କରାଯାଇଛି। କଟକ ଲାଲବାଗ ଥାନା ଖଟବିନ୍ ସାହିର ବୁଲୁ ସିଂହଙ୍କ ପୁଅ ବିଶ୍ୱଜିତ ସିଂହ (୧୯) ସାଥୀମାନଙ୍କ ସହିତ ଆଜି ପୁରୀ ବୁଲିବାକୁ ଆସିଥିଲେ। ସେମାନେ ସମୁଦ୍ରରେ ଗାଧୋଉଥିବା ବେଳେ ବୁଲୁ ସମୁଦ୍ର ପାଣିରେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲାଇଫ୍ଗାର୍ଡମାନେ ସମୁଦ୍ର ଭିତରୁ ବୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ବୁଲୁ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ସମୁଦ୍ରରୁ ପର୍ଯ୍ୟଟକ ଉଦ୍ଧାର
/sambad/media/post_attachments/wp-content/uploads/2018/05/puri-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)