ବାରଙ୍ଗ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପରିଚାଳିତ ଟଏ ଟ୍ରେନ୍ରେ ଆଜି ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ର ଇଂଜିନରେ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମଳିଛି। ତେବେ ଅଗ୍ନିକାଣ୍ଡ ଯୋଗୁଁ କାହାରି ଜୀବନ ପ୍ରତି ବିପଦ ଦେଖାଯାଇ ନାହିଁ। ଟ୍ରେନ୍ରେ ନିଆଁ ଲାଗିବା ସମୟରେ ୬୦ ଯାତ୍ରୀ ବସିଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2021/10/c2f0872a-c068-4c2c-ace0-7873b5e259a4-1024x462.jpg)
ଟଏ ଟ୍ରେନ୍ (ଶିଶୁ ରେଳଗାଡ଼ି)ରେ ନିଆଁ ଲାଗିବା କାରଣରୁ ଏହା ଖରାପ ହୋଇଯାଇଛି। ଆଗାମୀ କିଛି ଦିନ ପାଇଁ ଏହି ଟ୍ରେନ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଶିଶୁମାନଙ୍କୁ ମନୋରଂଜନ ଯୋଗାଉଥିବା ଟ୍ରେନ୍ର ମରାମରି ପରେ ପୁଣି ଥରେ ଏହା ଚାଲିବ। ତେବେ ଟ୍ରେନ୍ଟି ଉଦ୍ଘାଟନର ୭ ଦିନ ମଧ୍ୟରେ ଖରାପ ହୋଇଯାଇଥିବାରୁ ପର୍ଯ୍ୟଟକଙ୍କ ମନରେ ଦୁଃଖ ପ୍ରକାଶ ପାଇଛି।
ସୂଚନା ଅନୁସାରେ ଆଜି ନନ୍ଦନକାନନକୁ ୧୨ ହଜାର ୭୧୯ ଜଣ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ। କରୋନା ଭାଇରସ ସଂକ୍ରମଣ ବ୍ୟାପିବା ପରେ ନନ୍ଦନକାନନକୁ ବନ୍ଦ ରଖାଯାଇଥିଲା। ସଂକ୍ରମଣ ପୂର୍ବାପେକ୍ଷା ନିୟନ୍ତ୍ରିତ ହେବା ପରେ ଜୁନ୍ ଶେଷ ଅଗଷ୍ଟ ମାସରେ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲିଥିଲା। ଏବଂ ସେହିଦିନ ଠାରୁ ଆଜି ନନ୍ଦନକାନନକୁ ସର୍ବାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ।
/sambad/media/post_attachments/wp-content/uploads/2021/10/90e91ad2-32e0-4c1c-92c9-0f6a7d444ce7-1024x682.jpg)
ସୂଚନାଯୋଗ୍ୟ, ୬୭ ତମ ବନ୍ୟପ୍ରାଣୀ ସପ୍ତାହର ଉଦଯାପନି ଦିବସ ଅବସରରେ ଗତ ୮ ତାରିଖରେ ଟଏ୍ ଟ୍ରେନ୍ର ଲୋକାର୍ପଣ ହୋଇଥିଲା। ନନ୍ଦନକାନନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉଦଘାଟନ କରିଥିଲେ। ମନ୍ତ୍ରୀଙ୍କ ଦ୍ଵାରା ୪ କୋଟି ୯୮ ଲକ୍ଷ ଟଙ୍କା ବିନିଯୋଗରେ ଉନ୍ନତିକଣ କରାଯାଇଥିବା ଖେଳଣା ରେଳ ଗାଡିକୁ ଲୋକାର୍ପଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/9fc6460d-2507-4764-ba65-6cb8a89995c8.jpg)