ଭୁବନେଶ୍ବର: ଟିପିସିଓଡିଏଲ୍ର ଅଧିକାରୀମାନେ ଏକ ଯାଞ୍ଚ ସମୟରେ ବାରଙ୍ଗ ଇଲେକ୍ତିକାଲ୍ ସେକ୍ସନ୍ ଅଧୀନସ୍ଥ ଅଞ୍ଚଳରେ ଥିବା ଏକ ସୋସାଇଟିର ୧୮ଟି ଘରେ ବିଦ୍ୟୁତ ଚୋରି ପାଇଁ ସ୍ଥାୟୀ ବ୍ୟବସ୍ଥା ହୋଇଥିବା ଧରିଛନ୍ତି। ଗତ କିଛିଦିନ ହେଲା ଏହି ଘରଗୁଡ଼ିକ ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରୁଥିଲେ। ଟିପିସିଓଡିଏଲ୍ ବିଛାଇଥିବା ଓଭରହେଡ୍ ଏଟି କେବୁଲ୍ ସହ ସୋସାଇଟିର ଠିକାଦାର ନିଜସ୍ବ ସିଙ୍ଗଲ୍ କୋର୍ କେବୁଲ୍ ବିଛାଇ ସଂଯୋଗ ନେଇଥିଲେ। ଏଥିସହିତ ସୋସାଇଟିରେ ଥିବା ବିଲଡର୍ଙ୍କ ଅଫିସ୍ ମଧ୍ୟ ହୁକ୍ ଜରିଆରେ ଚାଲୁଥିଲା।
ଏ ସମ୍ପର୍କରେ ଟିପିସିଓଡିଏଲର ପ୍ରବକ୍ତା କହିଛନ୍ତି ଯେ, ଏଭଳି କାର୍ଯ୍ୟକଳାପ ବିରୋଧରେ ଆମେ ନିୟମିତ ଭାବେ ଲୋକଙ୍କୁ ସଚେତନ କରୁଛୁ। ବିଦ୍ୟୁତ୍ ଚୋରି କେବଳ ଅନୈତିକ କାର୍ଯ୍ୟ ନୁହେଁ ବରଂ ଅତ୍ୟନ୍ତ ଅସୁରକ୍ଷିତ ମଧ୍ୟ। ଲୋକମାନେ ବିଦ୍ୟୁତ ଚୋରିରୁ ଦୂରେଇ ରହିବା ସହ ସେଭଳି ଘଟଣା ବିଷୟରେ ୯୪୩୭୧୫୮୬୭୦ ରେ ହ୍ବାଟ୍ସଆପ୍ ମେସେଜ୍ ଦେବାକୁ କିମ୍ବା [email protected] ରେ ଇ-ମେଲ୍ କରିବାକୁ ଅଥବା ଟିପିସିଓଡିଏଲ୍ ମିତ୍ର ଆପ୍ ବ୍ୟବହାର କରି ଜଣାଇବାକୁ ସେ ଅନୁରୋଧ କରିଛନ୍ତି।
୧୮ଟି ଘରୁ ବିଦ୍ୟୁତ୍ ଚୋରି ଧରିଲା ଟିପିସିଓଡିଏଲ୍
/sambad/media/post_attachments/wp-content/uploads/2022/03/electricity-ad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)