ଟିପିଏନ୍ଓଡିଏଲ୍ ପକ୍ଷରୁ ଯାଜପୁର ଟାଉନରେ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର/ଯାଜପୁର ଟାଉନ୍: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟି୍ରବୁ୍ୟସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଯାଜପୁର ଟାଉନର ରକ୍ଷାକାଳୀ ମନ୍ଦିର ନିକଟସ୍ଥ କଲ୍ୟାଣପୁରଠରେ ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟନ କରାଯାଇଛି । ଏହି କେନ୍ଦ୍ର ଉଦଘାଟିତ ହେବା ସହ ଟିପିଏନ୍ଓଡିଏଲ୍ର ବିଦୁ୍ୟତ୍ ବଂଟନ ପାଇଁ ଲାଇସେନ୍ସପ୍ରାପ୍ତ ଅଂଚଳରେ ଗ୍ରାହକ ସେବା କେନ୍ଦ୍ର ସଂଖ୍ୟା ୧୦ରେ ପହଞ୍ଚିଛି । ନୂଆ ଗ୍ରାହକ ସେବା କେନ୍ଦ୍ରକୁ ଟିପିଏନ୍ଓଡିଏଲର ସିଇଓ ଭାସ୍କର ସରକାର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଅତିଥି ଭାବେ ଯାଜପୁର ଟାଉନର ଏଡିଏମ୍  ଅକ୍ଷୟ କୁମାର ମଲ୍ଲିକ, କଂପାନିର ଚିଫ୍ ଅଫ୍ କମର୍ସ ଦୁଷ୍ୟନ୍ତ କୁମାର ତ୍ୟାଗି, ଗ୍ରାହକ ସେବା ମୁଖ୍ୟ ବିନୋଦ କୁମାର ବିଏନ୍, ଯାଜପୁର ରୋଡର ଏସ୍ଇ ବିଭୁ ରଂଜନ ସାହୁ, ଯାଜପୁର ଟାଉନର ଏକ୍ଜିକୁ୍ୟଟିଭ୍ ଇଞ୍ଜିନିୟର ଗୌରହରି ମଣ୍ଡଳ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରି ଏହି ଗ୍ରାହକ ସେବା କେନ୍ଦ୍ର (ସିସିସି)ଗୁଡ଼ିକ ଉଚ୍ଚ ପ୍ରଶିକ୍ଷିତ ଅଧିକାରୀମାନଙ୍କ ଟିମ୍ ଦ୍ୱାରା ପରିଚାଳିତ ହେବ ଯେଉଁଠାରେ ନୂଆ ସଂଯୋଗ ଆବେଦନ, ମାସିକ ବିଲ୍ ପେମେଂଟ୍, ଗ୍ରାହକଙ୍କ ପ୍ରଶ୍ନ ଏବଂ ସମସ୍ୟା ସହିତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାକୁ ନେଇ ବିଭିନ୍ନ ପ୍ରକାର ଗ୍ରାହକ ସେବା ପ୍ରଦାନ କରାଯିବ ।

ଏହି ଅବସରରେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଭାସ୍କର ସରକାର କହିଛନ୍ତି ଯେ, “ଆମେ ବାସ୍ତବ ଗ୍ରାହକ ସନ୍ତୁଷ୍ଟି ପାଇଁ ଲକ୍ଷ୍ୟ ରଖିଛୁ । ପେସାଦାରମାନଙ୍କ ଉଚ୍ଚ ପ୍ରଶିକ୍ଷିତ ଟିମ୍ ସମେତ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକର ଏହି ଶୃଙ୍ଖଳା ଆମ ଗ୍ରାହକମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ଦିଗରେ ସେବା ପ୍ରଦାନ କରିବେ ।’’

ଗ୍ରାହକମାନେ ସମସ୍ୟା ଓ ପ୍ରଶ୍ନ ପାଇଁ ଟିପିଏନ୍ଓଡିଏଲ୍ର ଏକ ଉତ୍ସର୍ଗୀକୃତ ଟୋଲ୍ ଫ୍ରି ନମ୍ବର ୧୮୦୦-୩୪୫-୬୭୧୮/ ୧୯୧୨ ରହିଛି । ଟିପିଏନ୍ଓଡିଏଲ୍ ଅଧୀନରେ ଥିବା ୧୫୯ଟି ସେକ୍ସନରୁ ପ୍ରତି ସେକ୍ସନରେ ଜଣେ ଲେଖାଏଁ ଗ୍ରାହକ ସେବା କେନ୍ଦ୍ର ଏକ୍ଜିକୁ୍ୟଟିଭ୍ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ, ଉତର ଓଡ଼ିଶା ସମ୍ପର୍କିତ ବିଦୁ୍ୟତ ପାଇଁ ଯେକୌଣସି ସେବା ନିମନ୍ତେ ଗ୍ରାହକମାନେ “ମାଇଁ ଟାଟା ପାୱାର ମୋବାଇଲ୍ ଆପ୍’ ଡାଉନଲୋଡ୍ କରିପାରିବେ ।’’

ସମ୍ବନ୍ଧିତ ଖବର