ଟିପିଆର୍‌ ୬%ରୁ ତଳକୁ ଖସିଲା, ଦିନକରେ ୭୪୯ ପଜିଟିଭ୍, ୧୬ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫ଶହ ଟପିଛି। ଲଗାତାର ଭାବେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଫଳରେ ସମୁଦାୟ ସଂଖ୍ୟା ୧୫୪୩କୁ ବୃଦ୍ଧି ପାଇଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଥମୁନାହିଁ। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୫, ବରଗଡ଼ରୁ ୩, ଝାରସୁଗୁଡ଼ାରୁ ୨, ଭୁବନେଶ୍ବର, ଦେବଗଡ଼, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର ଓ ପୁରୀରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାସହ ୫୩ଜଣଙ୍କର ଅଣ କରୋନାରେ ମୃତ୍ୟୁ ହୋଇଛି। ରାଜ୍ୟର କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର ୦.୪୯ ପ୍ରତିଶତ ରହିଛି।

ଅପରପକ୍ଷରେ ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ଦୈନିକ କରୋନା ସଂକ୍ରମଣ ୮ଶହ ସଂଖ୍ୟା ତଳେ ରହିଛି। ଗତ ୨୪ଘଣ୍ଟାରେ ୩୫,୦୪୧ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୭୪୯ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ଟି ଜିଲ୍ଲାରେ ଏହା ଏକଅଙ୍କରେ ସୀମିତ ରହିଛି। ଅନୁଗୁଳ ୪୫, ବାଲେଶ୍ବର ୩୮, ବରଗଡ଼ ୨୪, ଭଦ୍ରକ ୧୫, ବଲାଙ୍ଗୀର ୨୪, କଟକ ୩୭, ଦେବଗଡ଼ ୨, ଢେଙ୍କାନାଳ ୩୧, ଗଜପତି ୫, ଗଞ୍ଜାମ ୭, ଜଗତସିଂହପୁର ୪୮, ଯାଜପୁର ୧୮, ଝାରସୁଗୁଡ଼ା ୨୪, କଳାହାଣ୍ଡି ୧୪, କନ୍ଧମାଳ ୭, କେନ୍ଦ୍ରାପଡ଼ା ୩୦, କେନ୍ଦୁଝର ୪୧, ଖୋର୍ଧା ୮୮, କୋରାପୁଟ ୩, ମାଲକାନଗିରି ୧୦, ମୟୂରଭଞ୍ଜ ୭୮, ନବରଙ୍ଗପୁର ୧୭, ନୟାଗଡ଼ ୬, ନୂଆପଡ଼ା ୧୪, ପୁରୀ ୧୫, ରାୟଗଡ଼ା ଓ ସୋନପୁରରୁ ୨ଜଣ ଲେଖାଏଁ, ସମ୍ବଲପୁର ୨୮, ସୁନ୍ଦରଗଡ଼ ୫୫ ଓ ‌ଷ୍ଟେଟ୍‌ ପୁଲ ୨୧ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୯ହଜାର ୪୦୮କୁ ବୃଦ୍ଧି ପାଇଛି। ତେବେ ଗତମାସ ଶେଷ ସପ୍ତାହ ଓ ଚଳିତମାସରେ ସଂକ୍ରମଣ କମ୍ ରହିଥିବାରୁ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୬ ପ୍ରତିଶତରୁ ଖସି ଆସିଛି। ରାଜ୍ୟରେ ଏବେ ସାମଗ୍ରିକ ଟିପିଆର ୫.୮୪ ପ୍ରତିଶତ ରହିଛି।

ରାଜ୍ୟରେ ଆଜି ୧୨୯୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ନିକଟତର ହୋଇଛି। ଏ ପର୍ଯ୍ୟନ୍ତ ୨ଲକ୍ଷ ୯୯ହଜାର ୧୫୯ ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧାରୁ ଆଜି ସର୍ବାଧିକ ୧୪୨ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ମୟୂରଭଞ୍ଜ ୧୩୩, କଟକ ୧୧୧, ବାଲେଶ୍ବର ୧୦୦, ଅନୁଗୁଳ ୭୬, ସୁନ୍ଦରଗଡ଼ ୭୪, ଜଗତସିଂହପୁର ୬୭, କେନ୍ଦ୍ରା‌ପଡ଼ା ୬୨, ପୁରୀ ୫୨, ବଲାଙ୍ଗୀର ୪୩, ବରଗଡ଼ ୪୦, କଳାହାଣ୍ଡି ୩୭, ସମ୍ବଲପୁର ୩୬, କେନ୍ଦୁଝର ୩୪, ଭଦ୍ରକ ଓ ନୂଆପଡ଼ାରୁ ୩୨ ଲେଖାଏଁ, ଯାଜପୁର ଓ ନବରଙ୍ଗପୁରରୁ ୩୦ ଲେଖାଏଁ, ଢେଙ୍କାନାଳ ୨୦, କନ୍ଧମାଳ ଓ କୋରାପୁଟରୁ ୧୮ ଲେଖାଏଁ, ନୟାଗଡ଼ ୧୫, ଗଞ୍ଜାମ ଓ ଝାରସୁଗୁଡ଼ା ୧୪ ଲେଖାଏଁ, ମାଲକାନଗିରି ୧୦, ବୌଦ୍ଧ ଓ ଗଜପତିରୁ ୭ ଲେଖାଏଁ, ସୋନପୁର ୫, ଦେବଗଡ଼ ଓ ରାୟଗଡ଼ାରୁ ୪ ଲେଖାଏଁ ଓ ଷ୍ଟେଟ୍‌ ପୁଲରୁ ୩୯ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର