ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ର ସିନିୟର୍ ଜେନେରାଲ୍ ମ୍ୟାନେଜର୍ ପ୍ରମୋଦ କୁମାର ଚୌଧୁରୀଙ୍କୁ ଶେଷରେ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ କେସ୍ ନମ୍ବର ୨/୨୩ରେ ପ୍ରମୋଦଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ତାଙ୍କର ଜାମିନ୍ ନାମଞ୍ଜୁର କରି ଦେଇଥିବା ପିପି ସୁରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏଣୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଟିପିଏସ୍ଓଡିଏଲ୍ର ସିନିୟର୍ ଜେନେରାଲ୍ ମ୍ୟାନେଜର୍ ପ୍ରମୋଦଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ଜେନେରାଲ୍ ମ୍ୟାନେଜର୍ ପ୍ରମୋଦଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଗତ ୩୧ତାରିଖ ଦିନ ବ୍ରହ୍ମପୁର ଭିଜିଲାନ୍ସର ଟିମ୍ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ସମ୍ପତ୍ତି ତାଲିକାରେ ଦେଢ଼କୋଟିର ଫାର୍ମ, ୯ଟି ପ୍ଲଟ୍, ଫ୍ଲାଟ୍ ଓ ୩ଟି କୋଠା ରହିଛି। ୧୩ଲକ୍ଷ ଟଙ୍କାର ସୁନା ଗହଣା ଓ ୩୬ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି। କାର୍, ବାଇକ୍ ଓ ନଗଦ ୬୭ହଜାର ଟଙ୍କା ଜବତ ହୋଇଥିଲା। ଦୁଇଦିନ ଧରି ଭିଜିଲାନ୍ସ ବିଭାଗ ଜେନେରାଲ୍ ମ୍ୟାନେଜର୍ ପ୍ରମୋଦଙ୍କ ସମ୍ପତ୍ତି ତାଲିକା ଯାଞ୍ଚ କରି ହିସାବ କରିଥିଲା। ଆଜି ତାଙ୍କର ଚୂଡ଼ାନ୍ତ ସମ୍ପତ୍ତି ତାଲିକା ପ୍ରସ୍ତୁତ କରିଛି। ଯାହାକି, ତାଙ୍କର ଆୟଠାରୁ ୧୧୧ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।