ବ୍ରେକ୍‌ ଫେଲ ହେବାରୁ ଘାଟିରେ ଓଲଟିଲା ଟ୍ରକ୍‌, ଘାଟିରେ ଲାଗିଲା ନିଆଁ

କଳାବାଡ଼ିଆ: ଆଜି ସନ୍ଧ୍ୟାରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଦ୍ଵାରଶୁଣୀ ଘାଟିରେ ଏକ ପ୍ଲାଷ୍ଟିକ ଦାନା ବଝେଇ ଟ୍ରକ୍‌ ଘାଟି ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବ୍ରେକ୍‌ ଫେଲ ହେବାରୁ ଟ୍ରକଟି ଓଲଟି ପଡ଼ିବା ସହ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ତେବେ ଡ୍ରାଇଭର ଓ ଖଲାସୀ କୌଣସିମତେ ଜୀବନ ବଞ୍ଚାଇ ଗାଡ଼ିରୁ ବାହାରି ଆସିଥିଲେ। ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଶ୍ବାସରୁଦ୍ଧ ହୋଇ ପଡ଼ିବା ସହ ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଟ୍ରକ୍‌ରେ ପ୍ଲାଷ୍ଟିକ ଦାନା ଥିବାରୁ ନିଆଁ ଲିଭାଇବାରେ ସମସ୍ୟା ହେଉଛି। ଶେଷ ଖବର ସୁଦ୍ଧା ଏହି ଦୁର୍ଘଟଣା ପାଇଁ ଘାଟି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଦ୍ବାରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତଥାପିି ଟ୍ରକ୍‌ ଚାଳକମାନେ ଅବହେଳା ଭାବେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି।

ସମ୍ବନ୍ଧିତ ଖବର