ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ନିକଟସ୍ଥ ମାଲେନେର ଘାଟିରେ ବାହାଘର ଭୋଜି ଖାଇ ଫେରୁଥିବା ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଲେ- ଖୁରିଙ୍ଗ ଭୁୟାଁ(୪୫) ଓ ଗାନୁ ଭୁୟାଁ(୪୦)। ଅନ୍ୟ ୨୦ ଜଣ ଆହତ ହୋଇଥିବା ବେଳେ ଗୁରୁତର ୪ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡ଼ିଛି।

Advertisment

ଆଜି ଅପରାହ୍ଣ ସାଢେ ୪ଟା ବେଳେ ଗୁମ୍ମା ବ୍ଲକର ସାରି ଗୁମ୍ମା ବୃଡିଙ୍ଗରୁ ବାହାଘର ଭୋଜି ଖାଇ ନିଜଗାଁ କାଶୀନଗର ବ୍ଲକର ଜାନିତାଡବାକୁ ଫେରିବା ସମୟରେ ମାଲେନର ଘଟି ଉପରେ ନିୟନ୍ତ୍ରଣ ହରାଇବା ଫଳରେ ଟ୍ରାକ୍ଟର(ଓଆର୨୦-୯୯୮୩)ର ପଛ ଡାଲାଟି (ଓଆର୨୦-୯୯୮୪) ଓଲଟି ପଡ଼ିଥିଲା। ଫଳରେ, ସେଥିରେ ବସିଥିବା ଖୁରିଙ୍ଗ ଭୁୟାଁ(୪୫) ଏବଂ ଗାନୁ ଭୁୟାଁ(୪୦) ଡାଲା ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ଖବର ପାଇ ସେରଙ୍ଗ ଥାନା ଆଇଆଇସି ଦେବାଶିଷ ମହାନ୍ତି ଓ ଏଏସାଇ ଆର୍ତ୍ତତ୍ରାଣ ନାୟକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟକୁ ପଠାଇବା ସହ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲେ।