କେସିଙ୍ଗା: କେସିଙ୍ଗା ଥାନା କଶରୁପଡ଼ା ରେଙ୍ଗାଲି ଛକରେ ଏକ ଟ୍ରାକ୍ଟରରେ ବାଇକ୍ ପିଟି ହେବା ଫଳରେ ଲିଙ୍ଗରାଜ ନାଏକ (୨୮) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଲିଙ୍ଗରାଜ କଲମପୁର ଠେମେରାରୁ କୌଣସି କାମ ପାଇଁ ଯାଉଥିବା ବେଳେ ରେଙ୍ଗାଲି ଛକରେ ଏକ ଟ୍ରାକ୍ଟର ବୁଲାଉଥିବା ବେଳେ ତାଙ୍କ ବାଇକ୍ଟି ପିଟି ହୋଇଥିଲା।
ତାଙ୍କୁ ଗୁରୁତର ଅବସ୍ଥାରେ କେସିଙ୍ଗା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଟ୍ରାକ୍ଟର ଓ ବାଇକ୍କୁ ଜବତ କରି ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)