ଆମ୍ବ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇ ଜଳିଗଲା ପିକ୍‌ଅପ୍‌

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାସ୍ତାରେ ଏକ ଟ୍ରାକ୍ଟରକୁ ଆମ୍ବ ବୋଝେଇ ପିକ୍‌ଅପ୍‌ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପିକ୍‌ଅପଟି ଜଳି ପାଉଁଶ ହୋଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ହାଇସ୍କୁଲ ଛକ ଠାରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ ବଲାଙ୍ଗୀର ପାଶ୍ବରୁ ଆମ୍ବ ବୋଝେଇ ହୋଇ ଆସୁଥିବା ଏକ ପିକ୍‌ଅପ୍‌ (ଓଡ଼ି ୧୫ ଆର ୨୧୦୧) ଯାଉଥିବା ଟ୍ରାକ୍ଟର (ଓଡ଼ି ୦୩ କେ୯୬୮୦)କୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟର ଓଲଟି ପଡିଥିବା ବେଳେ ପିକ୍‌ଅପଟି ଜଳି ଯାଇଥିଲା।

ନିଆଁରେ ପିକ୍‌ଅପ ଡ୍ରାଇଭର ଜଣକ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଜଣକ ଫେରାର ହୋଇଥିବା ସୂଚନା ମିଳିଛି। ଦେଓଗାଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ବି ଡ୍ରାଇଭର ସିଟରେ ବସି ପାଉଁଶ ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଗାଡି ଓ ଡ୍ରାଇଭରଙ୍କ ପରିଚୟ ମିଲି ନ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର