ବାଲିକୁଦା: ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତ ଚଣ୍ଡିଆ ପାହାଡ଼ରୁ ମୂର୍ତ୍ତିପଥର ବୋଝେଇ କରି ନେଉଥିବା ବେଳେ ବାଲିଚନ୍ଦ୍ରପୁର ପୁଲିସ ଟ୍ରାକ୍ଟର ଜବତ କରିଛି। ଟ୍ରାକ୍ଟର ମାଲିକ ବାପପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Advertisment

ଦୁହେଁ ହେଲେ ବାଲିକୁଦା ଗ୍ରାମର କଳ୍ପତରୁ ସ୍ବାଇଁ (୫୫) ଓ ଅଶୋକ ସ୍ବାଇଁ (୨୮)। ଟ୍ରାକ୍ଟର (ଓଆର ୦୪ ଏଲ ୭୪୦୫) ରେ ମୂର୍ତ୍ତି ପଥର ବୋଝେଇ କରି ଚାଲାଣ କରିବା ସମୟରେ ବାଲିଚନ୍ଦ୍ରପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚାରିନଙ୍ଗଳ ବଜାର ନିକଟରୁ ଧରିଥିଲା। ଏନେଇ କେସ ନମ୍ବର ୩୮୬/୨୨ ରୁଜୁ କରି କାର୍ଯ୍ୟାନୁଷ୍ଠାନ ହୋଇଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି ଜଣାଇଛନ୍ତି।