ବାସୁଦେବପୁର : ୧୦୦ ଫୁଟ୍ ପାଣି ଟାଙ୍କି ଉପରେ ଚଢି ଟ୍ରାକ୍ଟର ଡ୍ରାଇଭରର ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର/ବିଦେଇପୁର : ଆଜି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ୧୦୦ଫୁଟ୍ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରେ ଟ୍ରାକ୍ଟର ଡ୍ରାଇଭରର ଆତ୍ମହତ୍ୟା ଉଦ୍ୟମ।। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବାଲିମେଦ ଗ୍ରାମ ପଞ୍ଚାୟତର କାଳିଦାସପୁର ଗ୍ରାମରେ ଥିବା ପାଣି ଟାଙ୍କି ଉପରକୁ ଟ୍ରାକ୍ଟର ଡ୍ରାଇଭର ଚଢିଥିବାର ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ଯାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ନାୟକାଣିଡିହି ପୁଲିସ ଏବଂ ଦମକଳବାହିନୀକୁ ଖବର ଦେଇଥିଲେ। ସେଠାରେ ତୁରନ୍ତ ବାସୁଦେବପୁର ଦମକଳ ବାହିନୀ ଏବଂ ନାୟକାଣିଡିହି ପୁଲିସ କର୍ମଚାରୀ ପହଞ୍ଚିବା ପରେ ସେଠାକାର ପରିସ୍ଥିତି ଏପରି ଥିଲା ଯେ ଉଦ୍ଧାର ପାଇଁ ପୁଲିସ୍ ଏବଂ ଦମକଳବାହୀନିକୁ ୨ ଘଣ୍ଟା ନାକେଦମ ହେବାକୁ ପଡିଥିଲା।

ମିଳିଥିବା ସୂଚନା ଅନୁଯାୟୀ ପାରିବାରିକ ପରିସ୍ଥିତିକୁ ନେଇ ଏମିତି କରିଥିବା ଜଣାପଡିଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଶିବ ମଳିକ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ବୁଝାସୁଝା କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ। ପରେ ପୁଲିସ ଏବଂ ଦମକଳବାହିନୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର