୧୦ ଫୁଟ ଖାଲରେ ଖସିଲା ଟ୍ରାକ୍ଟର: ଡ୍ରାଭଭର ମୃତ

ଫୁଲବାଣୀ :ଇଟା ଆଣିବା ପାଇଁ ଯାଉଥିବା ଏକ ଟ୍ରାକ୍ଟର ୧୦ ଫୁଟ ଖାଲକୁ ଖସିପଡିବାରୁ ଡ୍ରାଇଭର ଡାଙ୍ଗେଣିକିଆର ରାଜୀବ କହଁର(୩୧)ଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟରରେ ବସିଥିବା ୩ ଶ୍ରମିକ ଆହତ ହୋଇଛନ୍ତି। କନ୍ଧମାଳ ସଦର ଥାନା ଗଂଜୁଗୁଡା ରାସ୍ତାରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଗଂଜୁଗୁଡାରୁ ଟ୍ରାକ୍ଟର ନେଇ ପାଖ ଇଟା ଭାଟିକୁ ଇଟା ଆଣିବା ନିମନ୍ତେ ରାଜୀବ ଯାଉଥିଲେ। ଗାଡିରେ ଥିଲେ ୩ ଜଣ ଶ୍ରମିକ। ଯିବା ବାଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ୧୦ ଫୁଟ ଖାଲକୁ ଖସି ପଡିଥିଲା। ଏଥିରେ ରାଜୀବ ଚାପି ହୋଇ ଯାଇଥିଲେ। ୩ ଜଣ ଶ୍ରମିକ ବି ଆହତ ହୋଇଥିଲେ। ଗୁରୁତର ଆହତ ରାଜୀବଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ରାତି ୭ଟା ୩୦ରେ ରାଜୀବଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପରିବାର ଲୋକ ଓ ସମ୍ପର୍କୀୟ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସଦର ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର