ଲଇକେରା : ଲଇକେରା ବ୍ଲକ ନିକ୍ତିମାଲ ବରଗୁଡା ନିକଟରେ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୧ଟା ୩୦ରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିକ୍ତିମାଲ ସରପଞ୍ଚ ତରୁଣ ପ୍ରଧାନ ଏକ ପୋଖରୀ ଖନନ କାର୍ଯ୍ୟରେ ତାଙ୍କ ଟ୍ରାକ୍ଟର (ଓଡ଼ି-୨୩ବି-୫୭୭୨)ରେ ମାଟି ଲଦି ନିଜ ଖଳାରେ ପକାଉଥିଲେ। ଟ୍ରାକ୍ଟରକୁ ନିକ୍ତିମାଲ ଗ୍ରାମର ଭୁବନ କିଷାନ (୨୩) ଚଳାଉଥିଲେ। ମାଟି ଆଣି ଖଳାରେ ପକାଇ ଯାଉଥିବା ବେଳେ ଭାରସ୍ୟାମ ହରାଇ ଟ୍ରାକ୍ଟରଟି ପ୍ରାୟ ୫ ରୁ ୬ ଫୁଟ ରାସ୍ତାରୁ ତଳକୁ ଖସିପଡିଥିଲା। ଟ୍ରାକ୍ଟର ତଳେ ଚାପିହୋଇ ଭୁବନଙ୍କ ମୃତ୍ୟୁ ହୋଇଥିଲା।

Advertisment

ଲଇକେରା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇବା ସହ ଟ୍ରାକ୍ଟରକୁ ଜବତ କରିଛି। ଟ୍ରାକ୍ଟରର ବୀମା, ଫିଟନେସ ଓ ଟ୍ୟାକ୍ସ ଅବଧି ସରିଯାଇଥିବା ବେଳେ ଟ୍ରାକ୍ଟର ଚାଳକଙ୍କ ଡ୍ରାଇଭିଂ ଲାଇସେନ୍‌ସ ନ ଥିବା ଜଣାପଡ଼ିଛି।