ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚୟତ ଅନ୍ତର୍ଗତ ତହରାକାରିଆଗୁଡା ଗ୍ରାମ ନିକଟରେ ଟ୍ରାକ୍ଟର ଦୁର୍ଘଟଣା ହୋଇ ଚାଳକଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ହେଲେ ଭୁବନ ଗୌଡ଼(୧୮)।
ସୂଚନା ପ୍ରକାରେ ଝରିଗାଁ ବାସିନ୍ଦା ଗୋବର୍ଦ୍ଧନ ଗୌଡ଼ଙ୍କ ପୁଅ ଭୁବନ ଗୌଡ଼ ଆଜି ସନ୍ଧ୍ୟା ୫ଘଂଟା ସମୟରେ ନିଜ ଟ୍ରାକ୍ଟର ନେଇ ତହରାକାରିଆଗୁଡ଼ା ଗ୍ରାମର ଚାଷୀ ରବି ସନ୍ତାଙ୍କ ଜମିରେ ଚାଷ କରିବା ପାଇଁ ଯାଇଥିଲେ। ଚାଷ କାମ ସାରି ଘରକୁ ଫେରିବା ସମୟରେ ରାସ୍ତା ଖରାପ ଯୋଗୁଁ ତହରାକାରିଆଗୁଡ଼ା ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ପଡିଥିଲା। ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ଭୁବନ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ଘଟଣା ପରେ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ଓ ଗ୍ରାମବାସୀ ଭୁବନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶେଷରେ ଗୋବର୍ଦ୍ଧନ ଗୌଡ଼ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଶରୀରକୁ ଜବତ କରିଥିଲା। ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/୬.jpg)