ବାଲିଆପାଳ: କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର। ଘଟଣା ସ୍ଥଳରେ ଜଣେ ଛାତ୍ରୀ ମୃତ ଓ ଜଣେ ଗୁରୁତର। ମୃତା ଲଙ୍ଗଳେଶ୍ୱର କଲେଜର ଦ୍ଵିତୀୟ ବର୍ଷର ଛାତ୍ରୀ ରଶ୍ମିତା ବୋଲି ଜଣାଯାଇଛି। ଗୁରୁତର ଛାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବାଲିଆପାଳ ଥାନା ଦକ୍ଷିଣ ମହାବଳା ଛକରେ ଘଟିଛି ଦୁର୍ଘଟଣା।
ସାଇକେଲ ଯୋଗେ ଦୁଇଜଣ ଛାତ୍ରୀ କଲେଜ ଯିବା ସମୟରେ ପଛପଟୁ ଚଢ଼ିଯାଇଥିଲା ଟ୍ରାକ୍ଟର। ଘଟଣାସ୍ଥଳରେ ବାଲିଆପାଳ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଟ୍ରାକ୍ଟର ଜବତ କରିଛି। ଏଣେ ଡ୍ରାଇଭରଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/ୁମେଂମ.jpeg)