ଟ୍ରାକ୍ଟର ଓଲଟି ଚାଳକ ଗୁରୁତର

ତେଲକୋଇ: ତେଲକୋଇ ଥାନା ଖୁଣ୍ଟାପଡ଼ା ପଞ୍ଚାୟତ ମଧୁସୂଦନପୁର ଗ୍ରାମରେ ଆଜି ଅପରାହ୍‌ଣରେ ଜମିରେ ଚାଷ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ତେଲକୋଇ ଡାକ୍ତରଖାନାସାହିର ଶିବପ୍ରସାଦ ଅମାନ୍ତ (୨୪)। ଶିବପ୍ରସାଦ ଚାଷ କରୁଥିବା ବେଳେ କାଦୁଅରେ ଟ୍ରାକ୍ଟରଟି ଫସି ଯାଇଥିଲା। କାଠବହ୍ଲା ଦେଇ ଟ୍ରାକ୍ଟରଟିକୁ କାଦୁଅରୁ ଉଠାଉଥିବା ବେଳେ ହଠାତ୍ ତା‌ହା ଓଲଟି ପଡ଼ିଥିଲା।

ଫଳରେ ଶିବପ୍ରସାଦ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ଖବର ପାଇ ତେଲକୋଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନାଯୋଗ୍ୟ ମାସେ ମଧ୍ୟରେ ଚାଷ କରିବା ବେଳେ କାଦୁଅରେ ଫସିଥିବା ଟ୍ରାକ୍ଟରକୁ ଉଦ୍ଧାର କରିବାକୁ ଯାଇ ତେଲକୋଇ ଅଞ୍ଚଳରେ ଦୁଇଜଣଙ୍କ ଜୀବନ ଗଲାଣି।

ସମ୍ବନ୍ଧିତ ଖବର