ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରାକ୍ଟର, ମୃତ୍ୟୁ ମୁଖରୁ ବର୍ତ୍ତିଲେ ଚାଳକ-ହେଲପର

ରାଉରକେଲା: ରିଂରୋଡ ତଳକୁ ଖସି ପଡିଲା ଲୁହା ରଡ ବୋଝେଇ ଟ୍ରାକ୍ଟର। ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି। ରଡ ବୋଝେଇ ଟ୍ରାକ୍ଟର ଛେଣ୍ଡରୁ ରିଂରୋଡ ଦେଇ ରାଉରକେଲା ଆଡ଼କୁ ଯାଉଥିଲା। ରାଉରକେଲା ନୂଆକୋର୍ଟ ନିକଟରେ ନିୟନ୍ତ୍ରଣ ହରାଇ ରିଂ ରୋଡ ତଳକୁ ଖସି ପଡିଥିଲା। ସ୍ଥାନୀୟ ଗାଢ଼ାତୋଲା ବସ୍ତି ଲୋକ ଦୁହିଁକୁ ଉଦ୍ଧାର କରି ଆରଜିଏଚ ପଠାଇ ଥିଲେ। ଉଦିତନଗର ପୁଲିସ ପହଞ୍ଚି ଘଟଣାରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର