ଯାଜପୁରସଦର : ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତ ନେଳିପୁର ଗ୍ରାମରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଚାଳକ ଓ ଅନ୍ୟଜଣେ ଫେରାର ହୋଇଯାଇଛନ୍ତି। ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ। ଶନିବାର ସକାଳେ ନେଳିପୁର ଗ୍ରାମର ରବୀନ୍ଦ୍ର ପହିଙ୍କ ଟ୍ରାକ୍ଟର ଫସଲ ଆଣିବାକୁ ଯାଇଥିଲା। ଦୀର୍ଘ ୧୦ ବର୍ଷ ହେଲା ରାଉରକେଲାରୁ ଆସି ତାଙ୍କ ଘରେ ରହି କାମ କରୁଥିବା ଜନୈକ ବ୍ୟକ୍ତି ଟ୍ରାକ୍ଟର ସହିତ ଯାଇଥିଲେ। ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚ୍ରାକ୍ଟର ଚାଳକ ଓ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି। ସଦର ଥାନା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କେସ ନମ୍ବର ୪୫/୨୧ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।
ଟ୍ରାକ୍ଟର ଓଲଟି ଜଣେ ମୃତ
/sambad/media/post_attachments/wp-content/uploads/2021/02/tractor-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)