ରିଆମାଳ: ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ କାଦୋପଡ଼ା ଗ୍ରାମରେ ଶୁକ୍ରବାର ଅପରାହ୍ନ ୫ଟାରେ ଏକ ଟ୍ରାକ୍ଟର ଓଲଟି ଦୂର୍ଘଟଣା ଗ୍ରସ୍ଥ ହୋଇଛି।ଏଥିରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି।ମୃତକ ହେଲେ ଗ୍ରାମର ଶୁକୃ ଭୋଇଙ୍କ ୧୨ ବର୍ଷର ପୁଅ ରତ୍ନା ଭୋଇ ।ଗୁରୁତର ଦ୍ବୟ ହେଲେ ସୁରେଶ ଭୋଇ ଙ୍କ ପୁଅ ନବିନା ଭୋଇ (୧୨) ଓ ଗଣେଶ ଦେହୁରୀଙ୍କ ପୁଅ ସଙ୍ଗ୍ରାମ ଦେହୁରୀ (୧୨) । ଏହି ତିନି ଜଣ ଏକା ସାଙ୍ଗରେ ମଳେହିପଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି ।
ସୂଚନା ଅନୁସାରେ ଟ୍ରାକ୍ଟର ଡ୍ରାଇଭର ନଗେନ ଭୋଇ ନିକଟସ୍ଥ ଜମିରେ ଟ୍ରାକ୍ଟର (ଗାଡ଼ି ନଂ-ଓଡି-୧୫-ଆର୍- ୭୮୩୮) ମାଧ୍ୟମରେ ହଳ ଧରି ଫେରୁଥିଲେ।ଏହି ସମୟରେ ଏହି ତିନି ଜଣ ସାଙ୍ଗ ଟ୍ରାକ୍ଟର ବସିଥିଲେ।ଡ୍ରାଇଭର ନଗେନ ମୃତ ରତ୍ନାକୁ କୋଳରେ ବସାଇ ଡ୍ରାଇଭିଂ ଶିଖାଉ ଥିଲା।କାଦୋପଡ଼ା ରଜା କଟା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଦୂର୍ଘଟଣା ଗ୍ରସ୍ଥ ଥିଲା।ଡ୍ରାଇଭର ନଗେନ ଟ୍ରାକ୍ଟର ରୁ ଡିଆଁ ମାରି ଦେଇଥିବା ବେଳେ ମୃତ ରତ୍ନାକୁ ଟ୍ରାକ୍ଟର ଚାପି ଦେଇଥିଲା।ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ଏଥିରେ ନବିନ ଓ ସଙ୍ଗ୍ରାମ ଗୁରୂତର ହୋଇଥିଲେ।ଦୂର୍ଘଟଣା ସ୍ଥଳକୁ ସ୍ଥାନୀୟ ଜନସାଧାରଣ ଦୌଡ଼ି ଆସି ଉଦ୍ଧାର କରି ରିଆମାଳ ପୁଲିସ କୁ ଖବର ଦେଇ ଥିଲେ ।ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଗୁରୁତର ଦ୍ବୟ ଓ ଶବକୁ ଛତାବର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଟ୍ରାକ୍ଟରକୁ ଜବତ କରିଛନ୍ତି।ଡ୍ରାଇଭର ନଗେନ ଫେରାର୍ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)