କଣ୍ଟାମାଳ : ଜଣେ ହୋମଗାର୍ଡଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଟ୍ରାକ୍ଟର ମାଲିକ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ଜଗମୋହନ ହୋତାଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ଗତ ଶନିବାର ରାତିରେ ସ୍ଥାନୀୟ ଗାନ୍ଧୀଛକଠାରେ ଏକ ବାଇକ୍ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଥାନାକୁ ଆଣିବା ପାଇଁ ଉଦ୍ୟମ କରୁଥିଲା। ଏହି ସମୟରେ ଟ୍ରାକ୍ଟର ମାଲିକ ଶ୍ରୀ ହୋତା କାର୍ଯ୍ୟରତ ହୋମଗାର୍ଡ ବଳଭଦ୍ର ସାହୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ମାଡ଼ ମାରିଥିଲେ। ଏନେଇ ରବିବାର ବଳଭଦ୍ର ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-1.jpg)