ଏପଟେ ବିଧାନସଭାରେ ଚାଷୀ ପ୍ରସଙ୍ଗ: ସେପଟେ ବିଜେପିର ଶଗଡ଼ ଗାଡ଼ି ସହ ଟ୍ରାକ୍ଟର ରାଲି

ଭୁବନେଶ୍ବର: ପୁଣି ଗୃହରେ ଉଠିଛି ଚାଷୀ ପ୍ରସଙ୍ଗ। ବିଜେପି ବିଧାୟକମାନେ ପୋଡ଼ିଅମ୍ ତଳେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଚାଷୀ ପ୍ରସଙ୍ଗ ଉତଥାପନ କରିଥିଲେ। ଏହାପରେ ବିଜେପି ବିଧାୟକମାନେ ପ୍ରତିବାଦ କରିବା ସହ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ।

Facebook

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ବାଚସ୍ପତିଙ୍କ ଉପରେ ଚାପ ପକାଯାଇ ଗୃହକୁ ବନ୍ଦ କରିବା ରାଇଁ ଏଠି ଚକ୍ରାନ୍ତ ଚାଲିଛି। ଚାଷୀଙ୍କୁ ସହାୟତା ଲାଗି ୨ ଶହ କୋଟିର ପ୍ୟାକେଜ ଘୋଷଣା ହୋଇଛି। ହେଲେ କେଉଁମାନେ ସହାୟତା ପାଇବେ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନି । ମନ୍ତ୍ରୀମାନେ ବିଧାନସଭାରେ କାଠ କଣ୍ଢେଇ ସାଜିଛନ୍ତି । ମନ୍ତ୍ରୀମାନେ କିଛି ଜାଣୁନାହାନ୍ତି, ଅଫିସର ଦେଉଥିବା ଚିଠିକୁ ବିଧାନସଭାରେ ମନ୍ତ୍ରୀମାନେ ଆସି ପଢ଼ୁଥିବା କହିଛନ୍ତି ମୋହନ ମାଝୀ ।
ସେ ଆହୁରି ମଧ୍ୟ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସି ସାଢେ ଚାରିକୋଟି ଲୋକଙ୍କ ସମସ୍ୟା ବାବଦରେ ଆଲୋଚନ ନ କରି କାହିଁକି ପ୍ରଚାରକୁ ଗଲେ? କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ୫୦ ଜଣ ବିଧାୟକ ଏବଂ ୧୫ଜଣ ମନ୍ତ୍ରୀ ମଧ୍ୟ ବିଧାନସଭା ଛାଡି ପ୍ରଚାରରେ ଗଲେ ? ଧାମନଗରରେ ହାରିଗଲେ ସେଥି ପାଇଁ ମନରେ ଭୟ ପଶିଯାଇଛି। ତେଣୁ ପଦ୍ମପୁରରେ ହାରିଯିବା ଭୟରେ ପଦ୍ମପୁର ପ୍ରଚାରରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠି ଭୋଟ ରାଜନୀତି ଚାଲିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।
ଚାଷ ଓ ଚାଷୀକୁ ନେଇ ଉଷ୍ମ ହେଉଛି ରାଜ୍ୟ ରାଜନୀତି। ଗୋଟିଏ ପଟେ ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ, ଆଉ ଏ ପଟେ ଚାଷୀ ପ୍ରସଙ୍ଗରେ ରାଜଧାନୀ ରାଜାରାସ୍ତାରେ ଅଭିନବ ଉପାୟରେ ରାଜ୍ୟ ବିଜେପି ପକ୍ଷରୁ ପ୍ରତିବାଦର ସ୍ୱର ଉଠିଛି। ବିଧାନସଭା ସମ୍ମୁଖରେ ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ  ସତ୍ୟାଗ୍ରହ ଆନ୍ଦୋଳନର ୧୫ତମ ଦିନରେ ଚାଷୀମାନଙ୍କୁ ନେଇ ବିଧାନସଭା ଘେରାଉ କରିବାକୁ ସଜବାଜ ହୋଇଛି ବିଜେପି। ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରୁ ବଳଦ ଶଗଡ଼ ଗାଡ଼ି ସହ ଟ୍ରାକ୍ଟର ରାଲି କରାଯାଉଛି। ବିଜେପିର ବହୁ କର୍ମୀ ରାମ ମନ୍ଦିର ଛକରୁ ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ୍ ଦେଇ ବିଧାନସଭା ଆଡ଼କୁ ଯିବା ପାଇଁ ବାହାରିଛନ୍ତି।

ସମ୍ବନ୍ଧିତ ଖବର