ଶାଳକାଠ ସହ ଟ୍ରାକ୍ଟର ଜବତ, ଦୁଇ କୋର୍ଟ ଚାଲାଣ

ଘଣ୍ଟାପଡ଼ା : କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଲାକପର୍ବତ ଜଙ୍ଗଲରୁ ବିପୁଳ ପରିମାଣର ଶାଳକାଠ ଓ ଏକ ଟ୍ରାକ୍ଟର ଜବତ କରାଯାଇଛି। ଏହି ମାମଲାରେ ଲାକପର୍ବତର ପ୍ରଦୀପ ବାଘ(୨୦ବର୍ଷ) ଏବଂ ବଡ଼ଝାରମୁଣ୍ଡା ଗାଁର ଆଶିଷ ପ୍ରଧାନ (୧୯ବର୍ଷ)ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଞ୍ଜ ଅଧିକାରୀ କ୍ଷୀରାବ୍ଧୀ ପ୍ରଧାନ କହିଛନ୍ତି।

ପ୍ରକାଶ ଯେ ରବିବାର ସଂଧ୍ୟାରେ ଲାକପର୍ବତ ନିକଟ ପୁଟପୁଟିଗଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ଟ୍ରାକ୍ଟର (ଓଡି ୨୭ବି ୯୮୫୨)ରେ ଶାଳକାଠ ବୋଝେଇ ହୋଇ ଆସୁଥିଲା। ପାଟ୍ରୋଲିଂ ପାଇଁ ଯାଇଥିବା ବନ ବିଭାଗର୍‌ ଟିମ୍‌ ଉକ୍ତ ଟ୍ରାକ୍ଟରକୁ ଜବତ କରିବା ସହ ଉକ୍ତ ଦୁଇଜଣଙ୍କୁ ଗିରଫ କରିଥିଲା। ଟ୍ରାକ୍ଟରରେ ମୋଟ ୧୫୦ ଖଣ୍ଡ ଶାଳ ବହ୍ଲା ଥିଲା। ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି କଣ୍ଟାମାଳ ଫରେଷ୍ଟର ପ୍ରକାଶ ସେଠୀ କହିଛନ୍ତି। ଚଢ଼ଉ ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ସେଠୀ ଏବଂ ମାଲତୀ ମାଝୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର