ଝାରସୁଗୁଡ଼ାରେ ବାଣିଜ୍ୟ ମେଳା ଉଦ୍‌ଘାଟିତ

ଝାରସୁଗୁଡ଼ା: ଶର‌ଦତ୍ସୋବ ଉପଲକ୍ଷେ ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆ ଠାରେ ଆଜି ସଂଧ୍ୟାରେ ଏକ ବାଣିଜ୍ୟ ମେଳାକୁ   ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।   ଟାଉନ ଦୁର୍ଗା ପୂଜା କମିଟି ଦ୍ଵାରା ପ୍ରତିବର୍ଷ  ଆୟୋଜିତ ହେଉଥିବା ଏହି ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରକାର ଷ୍ଟଲ ସହିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ, ଉପନଗରପାଳ ରାଜୁ ପାଣିଗ୍ରାହୀ, ପୂର୍ବତନ ନଗରପାଳ ତାପସ ରାୟ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ‌ ଦେଇଥିଲେ।

ଟାଉନ ଦୁର୍ଗାପୂଜା ର ସଭାପତି ସୁଦାମ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିବା ବେଳେ ଟାଉନ ଦୁର୍ଗା ପୂଜା କମିଟିର ସାଧାରଣ ସଂପାଦକ ସିଦ୍ଧାର୍ଥ ସରକାର ମଞ୍ଚ ପରିଚାଳନା କରିଥିଲେ।  କମିଟିର ସଦସ୍ୟ ନନ୍ଦଲାଲ ପଟେଲ, ଶଶୀ ତୀଵାରୀ, ଜୟ ପ୍ରକାଶ କୁଅଁର, ତୁଳସୀ ପ୍ରସାଦ ଦାଶ, ଅଲିପ ଭୌମିକ, ଦୀପକ ଭୌମିକ, ଫକୀର ପାଣିଗ୍ରାହୀ, ଉଜ୍ଜଳ ଘୋଷ, ପ୍ରଦୀପ ଭୌମିକ, ରବି ତୀଵାରୀ ପ୍ରମୁଖ ସହଯୋଗ କରିଥିଲେ l

ସମ୍ବନ୍ଧିତ ଖବର