ବନ୍ୟା: ଦୋକାନ ବନ୍ଦ କରି ଘରକୁ ଆସୁଥିଲେ, କାଣୀ ନଦୀର ଜଳସ୍ରୋତରେ ଭାସିଗଲେ ବ୍ୟବସାୟୀ

ଆଳି: ରାଜ୍ୟର ବିଭିନ୍ନ ନଦୀରେ ଦେଖାଯାଇଥିବା ବନ୍ୟା ଲକ୍ଷାଧିକ ଲୋକଙ୍କ ପାଇଁ ଦାଉ ସାଜିଛି। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅପେତପଡା ଗ୍ରାମର ଜନୈକ ବ୍ୟବସାୟୀ କେଶବ ଦାସ ଆଜି ଅପରାହ୍ନରେ କାଣୀନଦୀର ବନ୍ୟା ସ୍ରୋତରେ ଭାସିଯାଇଛନ୍ତି।

ସୂଚନା ଅନୁସାରେ କାଣୀ-ଖରସ୍ରୋତାର ବନ୍ୟାପାଣି ସମୁଦାୟ ଆଳି ଧୋୟାଞ୍ଚଳର ବିସ୍ତିର୍ଣ୍ଣ ଅଞ୍ଚଳକୁ ଜଳମଗ୍ନ କରି ରଖିଛି। ଅପରାହ୍ନରେ କେଶବ ନିଜର ଦୋକାନ ବନ୍ଦକରି ବନ୍ୟାପାଣିରେ ଘରକୁ ଯାଉଥିବା ସମୟରେ ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ଦମକଳ ବାହିନୀର କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କେଶବର କୌଣସି ସନ୍ଧାନ ମିଳିପାରି ନାହିଁ।

ଗତ ଦୁଇ ସପ୍ତାହ ହେଲା ଖରସ୍ରୋତା, କାଣୀ ନଦୀରେ ବନ୍ୟା ଆସିବାରୁ ଆଳି ଧୋୟାଞ୍ଚଳ ୧୦ ପଞ୍ଚାୟତର ୭୦ ହଜାର ଅଧିବାସୀ। ମଧୁବନ ଓ ଗଣେଶ୍ୱରପୁର ନଦୀବନ୍ଧ ଭାଙ୍ଗି ଘରେ, ଘରେ ବନ୍ୟାପାଣି ପଶିଯିବା ପରେ ଏହି ବିପନ୍ନ ମାନଙ୍କର ଦୁଃଖ ବଳେଇ ପଡିଛି। ଲୋକେ ବାହ୍ୟତଗତରୁ ବିଚ୍ଛିନ୍ନ ହୋଇ ଦୁଃଖ, ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି। ମାନପୁର, ମଙ୍ଗରାଜପୁର, ପୁନର୍ବସତି, ଠାକୁରସାହି, ପେତପଡା, ଖରଖରୀ, ମଦନଗିରୀ, ଏରଡଙ୍ଗ, ପାଳିମୀ ଗ୍ରାମର ଜଳବନ୍ଦୀମାନଙ୍କୁ ଚୁଡା, ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ପ୍ୟାକେଟ ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର