ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଟ୍ରାଫିକ୍‌ ପରାମର୍ଶ ଜାରି କଲା କମିସନରେଟ୍‌ ପୁଲିସ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ କମିସନରେଟ୍‌ ପୁଲିସ ବୁଧବାର ଟ୍ରାଫିକ୍‌ ପରାମର୍ଶ ଜାରି କରିଛି। ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗ ବଦଳରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେଉଛି।

କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ନିୟମ ଅନୁସାରେ ସରକାରୀ ଅଧିକାରୀମାନେ ପରେଡ୍‌ସ୍ଥଳର ୨ ନମ୍ବର ଗେଟ୍‌ ଦେଇ ପ୍ରବେଶ କରିପାରିବେ। ସେହିଭଳି ନିମନ୍ତ୍ରିତ ଅତିଥି ଓ ଛାତ୍ରଛାତ୍ରୀମାନେ ୩ ଓ ୪ ନମ୍ବର ଗେଟ୍‌ ଦେଇ ପହଂଚିବେ। ଗଣମାଧ୍ୟମର ପ୍ରତିନିଧିମାନେ ୫ ନମ୍ବର ଗେଟ୍‌ ଦେଇ ପ୍ରଦର୍ଶନୀ ପଡ଼ିଆ ଭିତରକୁ ଯାଇପାରିବେ।

ପାସ୍‌ରେ ଉଲ୍ଲେଖ ୨ ଓ ୬ ନମ୍ବର ଗେଟ୍‌ ନିକଟରେ ଥିବା ପାର୍କିଂରେ ଅଧିକାରୀ ଓ ନିମନ୍ତ୍ରିତ ଅତିଥିମାନେ ସେମାନଙ୍କର କାରକୁ ପାର୍କିଂ କରିପାରିବେ। ନିମନ୍ତ୍ରିତ ଅତିଥିମାନେ ବିନା କାର୍‌ ପାସ୍‌ରେ ଉଭୟ ରାମ ମନ୍ଦିର ଅଥବା ହାଉସିଂ ବୋର୍ଡ ଛକରୁ ପରେଡ୍‌ସ୍ଥଳକୁ ପ୍ରବେଶ କରିପାରିବେ। ସେମାନେ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ କାର୍‌ଗୁଡ଼ିକ ପାର୍କିଂ କରିପାରିବେ। ୩ ଓ ୪ ନମ୍ବର ଗେଟ୍‌ ଦେଇ ସାଧାରଣ ଦର୍ଶକ ପରେଡ୍‌ସ୍ଥଳକୁ ଯାଇପାରିବେ। ସେମାନଙ୍କୁ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ସେମାନଙ୍କ ବାହନ ରଖିବାକୁ ପଡ଼ିବ।

ସମ୍ବନ୍ଧିତ ଖବର