ଜରିମାନା ଆଦାୟ ନେଇ ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେବା ପରେ ସ୍ପଷ୍ଟ କଲା ପରିବହନ ବିଭାଗ

ଭୁବନେଶ୍ବର : ନୂଆ ମୋଟର୍ ଯାନ ଆଇନ୍ ଲାଗୁ ହେଲା ପରେ ଜରିମାନା ଆଦାୟକୁ ନେଇ ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେଇଛି। ବି‌ଶେଷ କରି ଗ୍ରାମାଞ୍ଚଳରେ ହାବିଲ୍‌ଦାର୍, କନେଷ୍ଟବଳମାନେ ମଧ୍ୟ ଜରିମାନା ଆଦାୟ କରୁଥିବାର ଅଭିଯୋଗ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଆଜି ସ୍ପଷ୍ଟୀକରଣ ଦେଇଛି। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ସହରାଞ୍ଚଳର ପୁଲିସ୍‌ ଷ୍ଟେସନ୍‌ରେ ସବ୍ ଇନ୍‌ସପେକ୍ଟର୍‌ କିମ୍ବା ତାହା ଠାରୁ ଅଧିକ ପାହ୍ୟାର ପୁଲିସ୍‌ ଅଧିକାରୀ ଆଇନ୍ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିପାରିବେ। ସେହିପରି ଗ୍ରାମାଞ୍ଚଳର ପୁଲିସ୍‌ ଷ୍ଟେସନ୍‌ରେ ଆସିଷ୍ଟାଣ୍ଟ୍‌ ସବ୍ ଇନ୍‌ସପେକ୍ଟର୍‌ କିମ୍ବା ତାହା ଠାରୁ ଅଧିକ ପାହ୍ୟାର ପୁଲିସ୍‌ ଅଧିକାରୀ ଜରିମାନା ଆଦାୟ କରିପାରିବେ।

ସମ୍ବନ୍ଧିତ ଖବର