ଭୁବନେଶ୍ବର : ଟ୍ରାଫିକରେ ବଡ଼ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ରାଜ୍ୟରେ ୫୦୦ ଟ୍ରାଫିକ ପଦବି ସୃଷ୍ଟି କରିବା ପାଇଁ ଗୃହ ବିଭାଗ ଚିଠି ଲେଖିଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଡକ୍ଟର ସନ୍ତୋଷ ବାଲା ଏ ନେଇ ରାଜ୍ୟ ମହାଲେଖାକାରଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ବର-କଟକ ଟୁଇନ୍ ସିଟି ସହ ସବୁ ପୁଲିସ ଜିଲ୍ଲାରେ ପଦବି ସୃଷ୍ଟି ଲାଗି ଚିଠିରେ ଉଲ୍ଲେଖ କରାଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଗୃହ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି। ଡିଏସ୍ପି ପାହ୍ୟାର ଜଣେ, ଏସ୍ଆଇ ପାହ୍ୟାର ୧୧୮, ୭୨ ହାବିଲଦାର ଓ ୩୦୯ କନଷ୍ଟେବଳ ପଦବି ସୃଷ୍ଟି ଲାଗି ଚିଠିରେ ଉଲ୍ଲେଖ ରହିଛି। ସାଧାରଣ ପ୍ରଶାସନର ବିଜ୍ଞପ୍ତି ଅନୁସାରେ ଗ୍ରୁପ୍-ବି, ଗ୍ରୁପ-ସି ପଦବିରେ ପ୍ରାଥମିକ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି କରାଯିବ।
ଟ୍ରାଫିକରେ ବଡ଼ଧରଣର ନିଯୁକ୍ତି ସୁଯୋଗ, ୫୦୦ ପଦବି ସୃଷ୍ଟି ପାଇଁ ଚିଠି
/sambad/media/post_attachments/wp-content/uploads/2020/02/traffic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)