ଭୁବନେଶ୍ୱର: ୧୮ ବର୍ଷରୁ କମ ବୟସର ପିଲାମାନେ ବିନା ଲାଇଲେନ୍ସରେ ଗାଡି ଚଳାଇବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ ପୁଲିସ । ପୁଲିସ ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଆଗରୁ ପିଲାମାନେ ନେଇଆସିଥିବା ଗାଡି ଉଠାଇନେଇଛି । ପୂର୍ବରୁ ଏ ନେଇ ସ୍କୁଲକୁ ଆସି ଟ୍ରାଫିକ ଡିସିପି ସାଗରିକା ନାଥ ପିଲାଙ୍କୁ ସଚେତନ କରାଇଥିଲେ ।

Advertisment

publive-image

ଏହା ସତ୍ତ୍ୱେ ପିଲାମାନେ ଲାଇସେନ୍ସ ନ ଥାଇ ଗାଡି ନେଇ ସ୍କୁଲକୁ ଆସିବାରୁ ଆକ୍ସନ ମୋଡକୁ ଆସିଛି ଟ୍ରାଫିକ ପୁଲିସ । ପୁଲିସ ଚଢାଉ ଦେଖି ଗାଡି ଧରି ଆସିଥିବା ପିଲାମାନେ ସ୍କୁଲ ପରିସରରୁ ବାହାରକୁ ବାହାରୁ ନ ଥିବା ଜଣାଯାଇଛି।

ଏପଟେ ଛାତ୍ରଛାତ୍ରୀଙ୍କ ପରିବାରକୁ ଖବର ଦିଆଯିବାରୁ ଅଭିଭାବକ ଆସି ଗାଡି ନେଉଥିବା ଦେଖିବାକୁ ମିଳୁଛି । ଏଠାରେ ସୂଚନା ଥାଉ କି ବେଆଇନ ଭାବେ ଶହ ଶହ ପିଲା ଦୁଇଚକିଆ ନେଇ ସ୍କୁଲକୁ ଆସୁଛନ୍ତି । ନୂଆ ଟ୍ରାଫିକ ନିୟମ ଅନୁସାରେ ବିନା ଲାଇସେନ୍ସରେ ୧୮ ବର୍ଷରୁ କମ ପିଲା ଗାଡି ଚଳାଇଲେ ୧୦ ହଜାର ଟଙ୍କା ଫାଇନ ସହ ଅଭିଭାବକଙ୍କୁ ଜେଲଦଣ୍ଡର ପ୍ରାବଧାନ ରହିଛି ।