ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ୨୪ ଘଣ୍ଟା ଭିତରେ ଏକ କୋଟି ୬ ଲକ୍ଷ ଟଙ୍କାର ଜରିମାନା ଆଦାୟ

ଭୁବନେଶ୍ବର: ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ବିଗତ ୨୪ ଘଣ୍ଟା ଭିତରେ ଏକ କୋଟି ୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି । ଏମାନଙ୍କ ଭିତରୁ ଗୋଟିଏ ବାଇକରେ ୩ ଜଣ ବସି ଯାଉଥିବା ବେଳେ ୧୨୬ ଜଣ ଧରାପଡ଼ିଥିବା ଜଣାଯାଇଛି ।

ଗାଡ଼ି ଚଳାଉଥିବା ମୋବାଇଲରେ କଥା ହେଉଥିବା ଯୋଗୁ ୪୮ ଜଣ, ବିନା ହେଲମେଟରେ ଗାଡ଼ି ଚଳାଉଥିବା ବେଳେ ୧୮୩୧ ଜଣ, ଦ୍ରୁତ ଗାଡ଼ି ଚାଳନା ପାଇଁ ୨୭୭ ଜଣ, ମଦ ପିଇ ଗାଡ଼ି ଚଳାଉଥିବା ବେଳେ ୨୪ ଜଣ, ବିନା ସିଟ ବେଲଟରେ ଗାଡ଼ି ଚଳାଉଥିବା ୩୪୯ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଆରଟିଓ ୧୭ ଶହ ୫୮ ଜଣଙ୍କଠାରୁ ୮୮ ଲକ୍ଷ ଟଙ୍କା ଆଦାୟ କରିଥିବା ବେଳେ ପୁଲିସ ୨୧ ଶହ ୧୨ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଆଦାୟ କରିଥିବା ଜଣାଯାଇଛି ।

ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କଲା ପରିବହନ ବିଭାଗ । ଉଭୟ ଗାଡ଼ିକୁ ୨୫ ହଜାର ୫ଶହ ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନ ଥିବାରୁ ଗାଡ଼ିକୁ ଫାଇନ୍ କରାଯାଇଛି । ଗାଡ଼ି ଦୁଇଟିର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଛି । ଠିକ୍ ସେହିପରି ଏକ ସ୍କୁଲ୍ ଭ୍ୟାନର  ବି ଚାଲାଣ କଟାଯାଇଛି । ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରର ଇନଫୋଟି ଅଞ୍ଚଳରେ ଏହି ସ୍କୁଲ୍ ଭ୍ୟାନକୁ ୩୬ ହଜାର ୫୦୦ ଟଙ୍କା ଜରମାନା  ଦେବାକୁ ପଡ଼ିଛି।

ସମ୍ବଲପୁରରେ ଗୋଟିଏ  ସ୍କୁଟିକୁ ୪୩ ହଜାର ଫାଇନ ହୋଇଛି  । ନାବାଳକ ଜଣକ ଗାଡି ଚଲାଉଥିବା ବେଳେ ପୁଲିସ ହାବୁଡାରେ ପଡିଥିଲେ । ତେବେ ଗାଡିର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର , ନାବାକଳ ଚଳାଉଥିବାରୁ ୨୫ ହଜାର , ପ୍ରଦୂଷଣ ପାଇଁ ୧୦ ହଜାର, ଗାଡିର ଇନସୁରାନ୍ସ ନଥିବାରୁ ୨ ହଜାର  ଓ ହେଲେମେଟ  ପିନ୍ଧିନଥିବାରୁ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି । ସେପଟେ  ସମ୍ବଲପୁରରେ  ଟ୍ରାଫିକ ଯାଂଚବେଳେ ପୁଲିସ ହାବୁଡରେ ପଡିଛନ୍ତି କନଷ୍ଟେବଳ ।   ସମ୍ବଲପୁର ଧନୁପାଲି ଥାନା ଭୁଲିଆପଡା ଫାଣ୍ଡିର କନଷ୍ଟେବଳ ଦିଲ୍ଲୀପ ନାଗକୁ ଧରିଛି ପୁଲିସ ।  ପୁଲିସ ବର୍ତମାନ ତାଙ୍କୁ ଅଟକ ରଖିଛି । ଦିଲ୍ଲୀପ ଟ୍ରାଫିକ ନିୟମ ଭାଙ୍ଗି  ମଦ୍ୟପ ଅବସ୍ଥାରେ ଗାଡି ଚଳାଉଥିଲେ  ଆଉ ଯାଂଚ ବେଳେ  ସେ ମଦପିଇଥିବା ଜଣାପଡିଥିଲା ।

ସୂଚନାଯୋଗ୍ୟ, ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ୯ଟା ସୁଦ୍ଧା ୧୬ଶହ ୫୦ ଜଣ ନିୟମ ଖିଲାପକାରୀଙ୍କ ଚାଲାଣ କାଟିଥିଲା ଟ୍ରାଫିକ୍ ପୁଲିସ୍ । କଟକରେ ସର୍ବାଧିକ ୨୩୫ ଜଣ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫୫, ସମ୍ବଲପୁର ଜିଲ୍ଲାରେ ୧୧୯, ବରଗଡ଼ ଜିଲ୍ଲାରେ ୧୦୪, ଗଞ୍ଜାମ ଜିଲ୍ଲାରେ ୯୨ ଏବଂ କୋରାପୁଟ ଜିଲ୍ଲାରେ ୮୪ ଜଣଙ୍କ ଚାଲାଣ କାଟିଥିଲା ଟ୍ରାଫିକ୍ ପୁଲିସ୍ ।

ସମ୍ବନ୍ଧିତ ଖବର