ଜରିମାନା ଆଦାୟକୁ ନେଇ ଲୋକେ ତାତିଲା ପରେ ଚେତିଲେ : ନିୟମ ମାନିଲେ ‘ଧନ୍ୟବାଦ କାର୍ଡ’, ନ ହେଲେ ‘ଚାଲାଣ’

ରାୟଗଡ଼ାରେ ୨ ଟ୍ରକ୍‌ରୁ ୧.୧୨ଲକ୍ଷ ଜରିମାନା
ଭୁବନେଶ୍ବର ମଧ୍ୟ ବିଧାୟକ, ଅଧିକାରୀ ତଣ୍ଡ ଗଣିଲେ
ସରକାରୀ ଗାଡ଼ି ବି ଦେବେ ପ୍ରଦୂଷଣ ସାର୍ଟିଫିକେଟ
ବୀମା ପାଇଁ କିନ୍ତୁ ଜିଲ୍ଲାପାଳ ଦେବେ ପ୍ରମାଣପତ୍ର

ଭୁବନେଶ୍ବର : ମୋଟର ଯାନ ଯାଞ୍ଚ କଡ଼ାକଡ଼ି ଘଟଣା ସମଗ୍ର ରାଜ୍ୟରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କଲାଣି। ଆଜି ରାୟଗଡ଼ା ଜିଲ୍ଲାରେ ୨ଟି ଟ୍ରକରୁ ୧ଲକ୍ଷ ୧୨ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏହାକୁ ଛାଡ଼ି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ନିୟମ ଉଲ୍ଲଂଘନ କାରଣରୁ କେଉଁଠି ପୁଲିସ ଓ ଆଉ କେଉଁଠି ପରିବହନ ଅଧିକାରୀ ବ୍ୟାପକ ଅର୍ଥ ଜରିମାନା ଆଦାୟ କରିଛନ୍ତି।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ଆଇନ ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ପୁଲିସ ଓ ପରିବହନ ଅଧିକାରୀ ଯେତିକି ଅଧିକ ତନାଘନା କରୁଛନ୍ତି, ତାହା ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ବଢ଼ାଇବାରେ ସାହାଯ୍ୟ କରୁଛି।

ଶନିବାର ରାଜଧାନୀରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଆଜି କମିସନରେଟ୍ ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି େକାର୍ଟ ଚାଲାଣ କରିଛି। ସେମାନେ ହେଲେ ଅଶୋକନଗର ଅଞ୍ଚଳର ଲକ୍ଷ୍ମଣ ଖମାରି(୪୩), ବଡ଼ଗଡ଼ ବ୍ରିଟ୍‌ କଲୋନିର ରାଜେଶ କୁମାର ସାହୁ(୨୧), ନୂଆପଲ୍ଲୀ ପାଇକନଗର ଅଞ୍ଚଳର ବିଜୟ ସାହୁ(୪୫) ଏବଂ ପୁରୁଣା ଭୁବନେଶ୍ବର ଅଞ୍ଚଳର ଶୁଖସୌଭାଗ୍ୟ ସାହୁ(୩୦)। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ସମାନ୍ତରାଳ ଭାବେ ପୁଲିସ ଏହି ଘଟଣା ପରେ ରଣନୀତି ମଧ୍ୟ ବଦଳାଇଛି। ଧରପଗଡ଼ ହ୍ରାସ କରାଯାଇ ବିଭିନ୍ନ ସ୍ଥାନରେ ପୁଲିସ ଅଧିକାରୀମାନେ ସମାଜସେବୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି। ଆଜି ପୁଲିସ ଏଜି, କଳ୍ପନା, ନାଲକୋ ଛକରେ ଚକ୍‌ଲେଟ୍‌ ଦେଇ ଲୋକଙ୍କୁ ସଚେତନ କରିଛି। ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନିୟମ ଉଲ୍ଲଂଘନ ପାଇଁ ତଣ୍ଡ ଗଣିବାକୁ ପଡ଼ିଛି। ଶ୍ରୀ ଜେନା ଏଜିଛକରେ ନିଜର ସ୍କର୍ପିଓକୁ ରଙ୍ଗ ସାଇଡ୍‌ରେ ପାର୍କିଂ କରିଥିଲେ। ଯାହାକି ଟ୍ରାଫିକ୍‌ ପୁଲିସ ନଜରରେ ପଡ଼ିଥିଲା। ତାଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇଥିଲା। ସେହିପରି ଅଗ୍ନିଶମ ଅଧିକାରୀ ନିହାର ରଂଜନ ମହାନ୍ତି ସିଟ୍‌ବେଲ୍ଟ ପିନ୍ଧି ନଥିବାରୁ ୫ଶହ ଟଙ୍କା ଜରିମାନା ଗଣିଥିଲେ। ସେ ଏଜିଛକ ଟ୍ରାଫିକ୍‌ରେ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ। ଚନ୍ଦ୍ରଶେଖରପୁର ସ୍ଥିତ ତନିଷ୍କ ନିକଟରେ ରଙ୍ଗ ସାଇଡ୍‌ରେ ବାଇକ୍‌ ଚଳାଉଥିବା ଅନ୍ୟ ଜଣେ ଆଗ୍ନିକ ଆର୍‌କେ ପ୍ରଧାନ ୫ଶହ ଟଙ୍କା ଜରିମାନା ଗଣିଥିଲେ।

ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ରାଜଧାନୀରେ ଗଡ଼ୁଥିବା ପାଖାପାଖି ୨ ହଜାର ଅଟୋର କାଗଜପତ୍ର ନ ଥିବା ଜଣାପଡୁଛି। ସେହିଭଳି ୪ହଜାରରୁ ଅଧିକ େମାଟର ସାଇକେଲର କିଛି ବି କାଗଜପତ୍ର ନାହିଁ। ପୁଲିସ ଇତିମଧ୍ୟରେ ଅଟୋ ସଂଘ ସହିତ କଥାବାର୍ତା କରିଛି ଓ ଖୁବ୍ ଶୀଘ୍ର ସମାଧାନର ରାସ୍ତା ବାହାରିବ। କିନ୍ତୁ େଯଉଁ ୪ ହଜାରରୁ ଅଧିକ େମାଟର ସାଇକେଲ୍ ବୁଲୁଛି, ତାହାର ଯାଞ୍ଚ ନିହାତି ଆବଶ୍ୟକ। କାରଣ, ଏଥିରୁ ଅଧିକାଂଶ େଚାରା େମାଟର ସାଇକେଲ୍। ଅପରାଧୀମାନେ ମଧ୍ୟ ଏହି ଫର୍ମୁଲାରେ ଗାଡ଼ି ବ୍ୟବହାର କରୁଛନ୍ତି ଓ େଚାରି, ଛିନତାଇ ଆଦି ଜାରି ରଖିଛନ୍ତି। ଏଣୁ ଏସବୁ େକ୍ଷତ୍ରରେ ଯାଞ୍ଚ େହବ ହିଁ େହବ। ଏହା ଉପରେ େଡ୍ରାନ୍ ନଜର ରଖିବ।

ତେବେ ଯାଞ୍ଚକୁ େକାହଳ କରି ପୁଲିସ ଏହାକୁ ପାଞ୍ଚଟି କାର୍ଯ୍ୟକ୍ରମରେ ସୀମିତ ରଖିଛି। େହଲମେଟ୍ ପିନ୍ଧି ନଥିଲେ ଓ ସିଟ୍ ବେଲଟ୍ ବାନ୍ଧିନଥିଲେ, ଭୁଲ ଦିଗରେ ଗାଡ଼ି ଚଲାଉଥିଲେ, େମାବାଇଲ େଫାନରେ କଥା େହାଇ ଗାଡ଼ି ଚଳାଉଥିଲେ, ମଦ୍ୟପାନ କରି ଗା଼ଡି ଚଳାଉଥିଲେ ଏବଂ ବାଇକ୍‌ରେ ତିନି ଜଣ ବସିଥିଲେ ଜରିମାନା ଆଦାୟ େହବ।

ପୁଲିସ କମିସନର କହିଛନ୍ତି, ଆସନ୍ତାକାଲି ପାଇଁ ପୁଲିସ ୧୦ହଜାର ଧନ୍ୟବାଦ କାର୍ଡ ପ୍ରସ୍ତୁତ କରିଛି। େଯଉଁମାନେ ନିୟମ ମାନିଥିେବ, େସମାନଙ୍କୁ ଏହି କାର୍ଡ ଦିଆଯିବ। ନିୟମ ଉଲ୍ଲଂଘନ କରିଥିଲେ, ସେମାନଙ୍କୁ ସଚେତନ କରାଯିବା ସହିତ ତାଙ୍କ ହାତରେ ଚାଲାଣ ଧରାଇ ଦିଆଯିବ। ତେବେ ପୁଲିସ ବିଭାଗର ସମସ୍ତ ଯାନବାହନ ସମ୍ପର୍କିତ ତଥ୍ୟ ଏବେ ୱେବସାଇଟରେ ରହିଛି। ଲୋକମାନେ ସନ୍ଦେହ କଲେ, ସେଠାକୁ ଯାଇ ଦେଖିପାରିବେ ବୋଲି ସେ କହିଛନ୍ତି।

ସରକାର ମଧ୍ୟ ଏକ ବଡ଼ ନିଷ୍ପତ୍ତି େନଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି, କୌଣସି ସରକାରୀ ଗାଡ଼ିର ଇନସ୍ୟୁରାନ୍ସ ଆବଶ୍ୟକ ନାହିଁ। ସରକାରୀ ଗାଡ଼ିଗୁଡ଼ିକ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୪୮ ଅଧୀନରେ ଫର୍ମ-୫୩ର ସା‌ର୍ଟିଫିକେଟ୍‌ ରଖିବେ। ଏହି ଫର୍ମ ୫୩ ଜିଲ୍ଲାପାଳ ହିଁ ଦେବେ। ଯେଉଁ ଜିଲ୍ଲା‌ରେ ଗାଡ଼ି ପଞ୍ଜୀକରଣ ହୋଇଥିବ ସେହି ଜିଲ୍ଲାର ଜିଲ୍ଲାପାଳମାନେ ଉକ୍ତ ଗାଡ଼ି ପାଇଁ ଏହି ଫର୍ମ-୫୩ ଦେବେ। ତେବେ ସବୁ ସରକାରୀ ଗାଡ଼ି ପାଇଁ ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ସବୁ ସରକାରୀ ବିଭାଗ ସେମାନଙ୍କ ଅଧୀନରେ ଥିବା ସରକାରୀ ଗାଡ଼ିଗୁଡ଼ିକର ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ (ପିୟୁସି)କୁ ବାହନ ଡା‌ଟାବେସ୍‌ରେ ଅପଲୋଡ୍‌ କରିବାକୁ କୁହାଯାଇଛି। ଏହାଦ୍ବାରା ଯେ କେହିବି ସରକାରୀ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ଅଛି କି ନାହିଁ ଯାଞ୍ଚ କରିପାରିବେ।

ସେହିପରି ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଏଣିକି ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। କେଉଁଠି ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ରହିଛି ତାହା ମଧ୍ୟ ବୁଲି ବୁଲି ଖୋଜିବାକୁ ପଡ଼ିବନି। ଏଣିକି ପ୍ରଦୂଷଣ ଯାଞ୍ଚ କେନ୍ଦ୍ରର ତାଲିକା ୱେବ୍‌ସାଇଟ୍‌ରେ ମିଳିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ରାଜ୍ୟରେ କାର୍ଯ୍ୟକ୍ଷମ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରର ତାଲିକା ପରିବହନ ବିଭାଗର ୱେବ୍‌ସାଇଟ୍‌: www.odishatransport.nic.in/www.odishatransport.gov.in ରେ ପ୍ରଦାନ କରାଯାଇଛି। ଏହାଛଡ଼ା ପରିବହନ କମିସନରଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଖୋଲାଯାଇଛି। ଯାହାକି ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ଏକ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୧୦୭୩ ରଖାଯାଇଛି।

ନୂଆ ମୋଟର ଆଇନ ଅନୁସାରେ ମାତ୍ରାଧିକ ଜରିମାନା େନଇ ଆଜି ବିେଜଡି ମୁହଁ େଖାଲିଛି। ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, େକନ୍ଦ୍ରୀୟ ଆଇନକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। େଲାକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହାକୁ ତର୍ଜମା କରାଯାଉଛି। ଏ େନଇ ଯାହା ନିଷ୍କର୍ଷ ବାହାରିବ, େସ ସଂକ୍ରାନ୍ତରେ େକନ୍ଦ୍ର ସରକାରଙ୍କ ସହିତ ଆେଲାଚନା କରାଯିବ।

ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମରେ କହିଛନ୍ତି, ନୂଆ ଆଇନରେ ରାଜ୍ୟ ସରକାରଙ୍କୁ ମଧ୍ୟ କେତେକ କ୍ଷମତା ମିଳିଛି। ରୁଲ୍‌ସ ପ୍ରସ୍ତୁତ କରାଯିବା ବେଳେ ରାଜ୍ୟ ସରକାର ଏ େନଇ ଆବଶ୍ୟକ ଦୃଷ୍ଟି ଦେବେ।

ଉଲ୍ଲେଖଯୋଗ୍ୟ, ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ା ଆରଟିଓ ଆଜି ୨ଟି ଟ୍ରକରୁ ରେକର୍ଡ ୧.୧୨ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଛତିଶଗଡ଼ର ୨ଟି ଟ୍ରକ୍ (ସିଜି ୧୪ଏମଜି ୯୧୦୦), (ସିଜି ୧୪ଏମଏଲ୍ ୬୧୦୦) ରାୟଗଡା ଦେଇ ରାୟପୁର ଯାଉଥିଲା। ଉଭୟ ଟ୍ରକରେ କ୍ଷମତାଠାରୁ ଅଧିକ ମାଲ ବୋଝେଇ ହୋଇଥିବା ଜଣା ପଡ଼ିଥିଲା। ସିଜି ୧୪ଏମଜି ୯୧୦୦ ନଂ ଟ୍ରକରେ ୧୧ ଟନ୍ ଅଧିକ ମାଲ ଲୋଡ୍ ହୋଇଥିଲା ଏବଂ ଡ୍ରାଇଭରଙ୍କ ଲାଇସେନସ୍ ନଥିବା କାରଣରୁ ପରିବହନ ଅଧିକାରୀ ୭୨ ହଜାର ୨୮୦ ଟଙ୍କାର ଜରିମାନା କାଟିଥିଲେ। ସେହିପରି ସିଜି୧୪ଏମଏଲ୍-୬୧୦୦ ନଂ ଟ୍ରକରେ ମଧ୍ୟ ଯାଞ୍ଚ ସମୟରେ ୫ ଟନ୍ ଅଧିକ ମାଲ ଥିବା ଜଣା ପଡିଥିଲା। ଏହି କାରଣରୁ ଉକ୍ତ ଟ୍ରକ୍ ଡ୍ରାଇଭର ନିକଟରୁ ୪୦ ହଜାର ୨୨୦ ଟଙ୍କାର ଜରିମାନା ଆଦାୟ ହୋଇଥିଲା।

ସମ୍ବନ୍ଧିତ ଖବର