ଭୁବନେଶ୍ୱର: ବିଭିନ୍ନ ଆରଟିଓ ଅଫିସରେ ଗାଡ଼ି କାଗଜପତ୍ର ଠିକ କରିପାରି ନଥିବା ଅଥବା ଡ୍ରାଇଭିଂ ଲାଇସେନ୍‌ସ ନ ଥିବା ବ୍ୟକ୍ତିଙ୍କ ଭିଡ ଓ ଅସୁବିଧାର ସ୍ଥିତିକୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟ୍ରାଫିକ୍‌ ନିୟମ କୋହଳ ସମୟସୀମା ୩ ମାସକୁ ବୃଦ୍ଧି କରିଛନ୍ତି। ମାତ୍ର ଏହି କୋହଳରୁ କୌଣସି ସୁବିଧା ପାଇପାରିବେ ନାହିଁ ମଦ ପିଇ ଗାଡ଼ିଚଳାଉଥିବା, ସିଟବେଲ୍ଟ ଲଗାଇ ନ ଥିବା ଏବଂ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକ। ଏଥିସହ ଅଧିକ ବେଗରେ ଗାଡ଼ି ଚଳାଇ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକ ଯାଞ୍ଚ ଓ ମୋଟା ଅଙ୍କର ଜରିମାନା ଦେବାରୁ ବର୍ତ୍ତି ପାରିବେ ନାହିଁ। ଏହି ଶ୍ରେଣୀୟ ଚାଳକଙ୍କୁ ଆଇନ ନୂଆ ମୋଟର ଯାନ ଆଇନ ଅନୁସାରେ ତଣ୍ଡ ଗଣିବାକୁ ହେବ।

Advertisment

publive-image

ମଦ ପିଇ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚାଳନା, ଦୁଇ ଚକିଆ ଯାନରେ ୩ ଜଣ ବସାଇବା, ହେଲମେଟ ଓ ସିଟ୍‌ ବେଲ୍‌ଟ ନ ପିନ୍ଧିଥିବା, ଓଭର ଲୋଡିଂ, ଟ୍ରାଫିକ୍‌ ନିୟମ ନମାନି ରେଡ୍‌ ଲାଇଟ୍‌ ସିଗନାଲ ଅତିକ୍ରମ କରିବା ସମୟରେ ଯଦି କୌଣସି ଗାଡ଼ି ଚାଳକ ଧରାପଡ଼ନ୍ତି ତେବେ ସେମାନଙ୍କ ଠାରୁ ପୂର୍ବଭଳି କଡ଼ା ଜରିମାନା ଆଦୟ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦନ୍ମାଭ ବେହେରା ସୂଚନା ଦେଇଛନ୍ତି।

publive-image Hindustan Times

ରାଜ୍ୟ ସରକାର ଗାଡ଼ି ଚାଳକଙ୍କ ପାଇଁ ଟ୍ରାଫିକ୍‌ ନିୟମ କୋହଳ ସମୟସୀମା ୩ ମାସ ବୃଦ୍ଧି କରିବା ପରେ ଯେଉଁ ଗାଡ଼ି ଚାଳକମାନେ ଗାଡ଼ିକାଗଜ ପତ୍ର ପ୍ରସ୍ତୁତ କରି ନାହାନ୍ତି ସେମାନଙ୍କୁ ଆଶ୍ୱସ୍ତି ଦେଇଛି। ଏଥିସହିତ କାଗଜପତ୍ର ଓ ଲାଇସେନ୍ସ ପ୍ରସ୍ତୁତ ପାଇଁ ସେମାନଙ୍କୁ ପ୍ରର୍ଯ୍ୟାପ୍ତ ସମୟ ମିଳିଥିବା କୁହାଯାଉଛି। ମାତ୍ର ଏହି କୋହଳ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସୁରକ୍ଷା ଦେଇପାରିବ ନାହିଁ।