ଭୁବନେଶ୍ବର : ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର (ଟ୍ରାଫିକ) କର୍ମଚାରୀଙ୍କୁ ୧୦ବର୍ଷ ବଦଳରେ ୫ବର୍ଷରେ ଇନ୍ସପେକ୍ଟର (ଟ୍ରାଫିକ) ପଦବିକୁ ପଦୋନ୍ନତି ମିଳିବ। ଏହି କୋହଳ ପଦୋନ୍ନତି ଅବଧି କେବଳ ଚାକିରି କାଳରେ ଥରେ ଲାଗୁ ହେବ। ଏନେଇ ଓପିଏସ୍‌ସିର ଅନୁମତି ମିଳିବା ପରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।