ପରିବହନ ନିୟମ ଖିଲାପକାରୀଙ୍କୁ ଛାଟ୍‌: ୬ ମାସରେ ସ୍ମାର୍ଟସିଟି ରାଉରକେଲାରେ ତଣ୍ଡ ଗଣିଛନ୍ତି ୨୨,୭୮୯ ଗାଡ଼ି ଚାଳକ 

୧କୋଟି ୭୮ ଲକ୍ଷ ୩୭ ହଜାର ଜରିମାନା ଆଦାୟ

ରାଉର‌କେଲା : ରାଜଧାନୀ ଭୁବନେଶ୍ୱର ପରି ସ୍ମାର୍ଟସିଟି ରାଉରକେଲାରେ ଗାଡି ଯାଞ୍ଚକୁ  କଡ଼ାକଡି କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ କ୍ରମେ ସଂଶୋଧିତ ପରିବହନ ନିୟମକୁ ସହରରେ କଡାକଡି ଭାବେ ପାଳନ କରାଯାଉଛି। ବିନା ହେଲ୍‌ମେଟ୍‌, ବିନା ଇନ୍‌ସୁରାନ୍ସ, ବିନା ପଲ୍ୟୁସନ୍‌ ସାର୍ଟିଫିକେଟ୍‌, ବିନା ଲାଇସେନ୍ସରେ ଦୁଇ ଚକିଆ ଠାରୁ ଆରମ୍ଭ କରି ବସ୍‌, ଟ୍ରକ ଓ ଡମ୍ପର ଚଳାଉଥିବା ଗାଡି ଚାଳକମାନେ ତଣ୍ଡ ଗଣୁଛନ୍ତି। କେବଳ ଏତିକି ନୁହେଁ ପରିବହନ ନିୟମ ଖିଲାପକାରୀ ଓ ଦ୍ରୁତ ବେଗରେ ଗାଡି ଚଳାଉଥିବା ଗାଡି ଉପରେ ମଧ୍ୟ କଡା ନଜର ରଖାଯାଇଛି। ଦୁର୍ଘଟଣା ରୋକିବାକୁ ସହରର ପ୍ରମୁଖ ଛକ ଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ଟ୍ରାଫିକ ପୁଲିସ, ପରିବହନ ବିଭାଗ ଓ ମୋବାଇଲ୍‌ ପିସିଆର୍‌ ଟିମ୍‌ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛି। ନିୟମ ମାନୁନଥିବା ଗାଡି ଚାଳକମାନଙ୍କ ଠାରୁ ହଜାର ଟଙ୍କାରୁ ଆରମ୍ଭ କରି ୧୫/୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି।

ତଥାପି ଅଧିକାଂଶ  ଅମାନିଆ ଗାଡି ଚାଳକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁ ନାହିଁ।  ଜଣେ ଜଣେ ମୋଟରବାଇକ୍‌, କାର୍‌ ଚାଳକ ବାରମ୍ବାର ନିୟମ ଖିଲାପ କରି ହଜାର ହଜାର ତଣ୍ଡ ଗଣୁଛନ୍ତି। ଓଭରଲୋଡିଂ ଟ୍ରକ, ଡମ୍ପରଗୁଡ଼ିକ ଠାରୁ ମଧ୍ୟ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ଓ ଟ୍ରାଫିକ ପୁଲିସର ଏଭଳି ପଦକ୍ଷେପକୁ ସ୍ମାର୍ଟସିଟି ବାସିନ୍ଦାଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଗତ ୬ ମାସ ମଧ୍ୟରେ ରାଉରକେଲା ପୁଲିସ ଜିଲ୍ଲାରେ ତଣ୍ଡ ଗଣିଛନ୍ତି ୨୨ ହଜାର ୭୮୯ ଜଣ ଗାଡି ଚାଳକ। ଏମାନଙ୍କ ଠାରୁ ମୋଟ ୧ କୋଟି ୭୮ ଲକ୍ଷ ୩୭ ହଜାର ଟଙ୍କାର ଜରିମାନା କଟାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୩୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୧ କୋଟି ୩୮ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇ ନାହିଁ। ଏପ୍ରିଲ ମାସରେ ୪ ହଜାର ୪୧୭ ଗାଡି ଚାଳକଙ୍କ ଠାରୁ ଚାଲାଣ କଟାଯାଇଛି। ମେ’ରେ ୩ ହଜାର ୭୦୪,  ଜୁନ୍‌ରେ ୨ ହଜାର ୫୮୭, ଜୁଲାଇରେ ୨ ହଜାର ୬୫୯, ଅଗଷ୍ଟରେ ୩ ହଜାର ୮୪୭  ଓ ସେପ୍ଟେମ୍ବର ମାସରେ ସର୍ବାଧିକ ୫ ହଜାର ୫୭୫ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଏପ୍ରିଲ ମାସରେ ବିନା ହେଲ୍‌ମେଟ୍‌ରେ ୧,୭୭୬ ଜଣ ତଣ୍ଡ ଗଣିଥିବାବେଳେ ମେ ମାସରେ ୭୩୫, ଜୁନ୍‌ରେ ୫୭୭, ଜୁଲାଇରେ ୯୪୫, ଅଗଷ୍ଟରେ ୧୭୨୫, ସେପ୍ଟେମ୍ବରରେ ୨୫୪୩ ଏମିତି ମୋଟ ୮,୩୦୧ ଜଣ ମୋଟରବାଇକ୍‌ ଚାଳକ ତଣ୍ଡ ଗଣିଛନ୍ତି। ବିନା ସିଟ୍‌ ବେଲ୍‌ଟରେ ୬ ମାସରେ ମୋଟ ୧,୯୩୦ ଜଣ ତଣ୍ଡ ଗଣିଛନ୍ତି। ଏପ୍ରିଲ ମାସରେ ୬୦୧ ଜଣ ତଣ୍ଡ ଗଣିଥିବାବେଳେ ମେ ମାସରେ ୪୬୧, ଜୁନ୍‌ରେ ୨୭୨, ଜୁଲାଇରେ ୧୦୯, ଅଗଷ୍ଟରେ ୧୫୩, ସେପ୍ଟେମ୍ବରରେ ୩୩୪ ଜଣ ଏମିତି ମୋଟ ୧୯୩୦ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।

୬ ମାସରେ ତଣ୍ଡ ଗଣିଥିବା ଗାଡି ଚାଳକ 

ସମ୍ବନ୍ଧିତ ଖବର