ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ, ୩ ଟ୍ରାକ୍ଟର ଜବତ, ୫ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଚଢ଼ଉ କରି ବେଆଇନ ଭାବେ ମାଙ୍କଡ଼ା ପଥର ଚାଲାଣ କରୁଥିବା ୩ଟି ଟ୍ରାକ୍ଟର ଜବତ କରିବା ସହ ଚାଳକ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ସୂଚନାନୁସାରେ, ଆଜି ଖୋର୍ଦ୍ଧା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା ।

ଏଥିରେ ତିନିଟି ଟ୍ରାକ୍ଟର-ଓଡି ୦୨ଏଏଫ୍ ୪୬୨୯, ଓଆର୍ ୦୨ ବିପି ୯୫୪୧ ଓ ଏକ ନମ୍ବର ବିହୀନ ଟ୍ରାକ୍ଟର ଜବତ କରାଯାଇଛି ଏହା ସହ ସେଥିରେ ଚାଲାଣ ହେଉଥିବା ୧୩୫ଟି ମାଙ୍କଡ଼ା ପଥର ଜବତ କରାଯାଇଛି । ଏନେଇ ୫୮୦, ୫୮୧, ୫୮୨/୨୦୨୨ ରେ ତିନିଟି ପୃଥକ ମାମଲା ରୁଜୁ କରାଯିବା ସହ ତୋଟାପଡ଼ାର ଲଲିତ କୁମାର ଦାସ, ରିହାନ୍ ଖାଁ, ତାଜୁରୁଦ୍ଦିନ ଖାଁ, ନାଲିପଡ଼ା ଅର୍ଜୁନପୁରର ଶିଶିର କୁମାର ବରାଳ ଓ ଜଙ୍କିଆର ତ୍ରିନାଥ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର