ଝାରସୁଗୁଡା : ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଝାରସୁଗୁଡା : ଝାରସୁଗୁଡ଼ାରୁ ବସୁନ୍ଧରା କୋଇଲାଖଣିକୁ ସଂଯୋଗ କରୁଥିବା ରେଳ ଲାଇନର ରାଜପୁର ଠାରେ  ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟିର ଗୋଟିଏ ଡବା ଲାଇନଚ୍ୟୁତ ହେବାରୁ ଗୋଟିଏ ଡବା ଲାଇନ ରୁ ବାହାରିପଡିଛି । ଫଳରେ ମଝି ରାସ୍ତାରେ ମାଲବାହୀ ଟ୍ରେନଟି ଅଟକିରହିଛି । ଏହା ଫଳରେ ରାସ୍ତା ଜାମ ହେବା ଯୋଗୁଁ ରାସ୍ତାରେ ହଜାର ହଜାର ଗାଡ଼ି ଅଟକିଛି ରହିଛି ।   ତେବେ ଏହା ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିନାହିଁ। ଟ୍ରେନଟି ପିଡବ୍ଲୁଡ଼ି ରାସ୍ତା ରେ ଅଟକି ରହିଥିବାରୁ ଗାନ୍ଧିଛକ ସୁନ୍ଦରଗଡ଼ ରାସ୍ତା ରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ଫଳରେ ରାସ୍ତା ର ଉଭୟ ପଟରେ ହଜାର ହଜାର ଗାଡି ଅଟକି ରହିଛି। ରେଳବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସମ୍ବନ୍ଧିତ ଖବର