ଟାଙ୍ଗୀ/କଟକ : କଟକ ଜିଲ୍ଲା ଟାଙ୍ଗୀ ନିର୍ଗୁଣ୍ଡି ରେଳଷ୍ଟେସନ ଠାରେ ଘଟିଥିବା ‌ରେଳ ଦୁର୍ଘଟଣା ପଛରେ କୁହୁଡ଼ି ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବାରେ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ତତ୍‌ପରତା ଦେଖିବାକୁ ମିଳିଥିଲା।

Advertisment

ସକାଳ ୭ଟା ପାଖାପାଖି ସମୟରେ ଦୁର୍ଘଟଣା ହେବା ପରେ ସର୍ଦ୍ଦୋଳା ଗ୍ରାମବାସୀ ରେଳବାଇ ପୁଲିସ, ଏନ୍‌ଡି ଆରଏଫ୍, ଅଗ୍ନିଶମ ବାହିନୀ, ରେଳ ବିଭାଗ , ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ। ରେଳବାଇ ପକ୍ଷରୁ ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କ ପାଇଁ ୨ଟି ବସ୍ ବ୍ୟବସ୍ଥା କରାଯାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା। ୫ ଗୁରୁତର ଯାତ୍ରୀଙ୍କୁ ତୁରନ୍ତ ଆମ୍ବଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ଜିତେନ୍ଦ୍ର ପାଢୀ(୩୯), ପୂର୍ଣ୍ଣଚନ୍ଦ୍ର ନାୟକ( ୩୫), ଶରତ ଚନ୍ଦ୍ର ବେହେରା( ୪୯),  ଅଶ୍ୱିନୀ କୁମାର ଲେଙ୍କା( ୪୦)। ଅନ୍ୟ ଆହତମାନଙ୍କ ମଧ୍ୟରେ ଅଛନ୍ତି ସୁନାରାଣୀ ସାହୁ ( ୩୭), ପୁଷ୍ପାଞ୍ଜଳି ଜତୱାର (୩୦), ତାନିଶା ଜତୱାର(୩.୫),  ପ୍ରଭାତ କୁମାର ରାଜ୍ ( ୪୨), ଜୟଶ୍ରୀ ନାୟକ (୨୮), ନାରାୟଣ ପାତ୍ର(୫୧), ପ୍ରସନ୍ନ କୁମାର ସାହୁ(୩୫) , ତନ୍ମୟ ନାୟକ(୨), ଦୁର୍ଯୋଧନ ନାୟକ(୩୮), ଜ୍ୟୋତି ନାୟକ(୨୫), ସୈାରଭ ପରିଡ଼ା (୨୭), ଶୁଭମ୍ ପାଲ୍(୧୯), ଜୟଶ୍ରୀ ପରୁଆ(୨୪), ରାଜଶ୍ରୀ ପରିଜା(୨୧), କ୍ରିଷ୍ଟିଆନା ସିମନ୍ ଚନ୍ଦେକ୍(୨୨), ସ୍ନେହା ସୁନେନା(୪୯) ଓ ମମତାଜ୍ ଖାଁ(୬୦)। ଦୁର୍ଘଟଣାଗ୍ରସ୍ତ ହେବା ପରେ ଟ୍ରେନ୍ ଭିତରୁ ସମସ୍ତ ଯାତ୍ରୀ  ନିଜ ଜୀବନ ବଞ୍ଚାଇବା ପାଇଁ ଧାଁ ଦୌଡ଼ କରିଥିବା ବେଳେ ଟ୍ରେନ୍ ଭିତରେ ଏକ ଛୋଟ ପିଲା କାନ୍ଦୁଥିବାର ଦେଖି ଏ.କେ ମାଝୀ ନାମକ ଜଣେ  ଆରପିଏଫ ଏଏସଆଇ  ପିଲାଟିକୁ ଉଦ୍ଧାର କରି ତାର ପରିବାରକୁ ହସ୍ତାନ୍ତର କରିଥିଲେ।

publive-image

ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଜେ.ପି ମିଶ୍ର। ଆହତ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ସହାୟତା ଦିଆଯିବ ବୋଲି ସେ କହିଛନ୍ତି। ତେବେ କୁହୁଡି ପାଇଁ କି ଅନ୍ୟ କାରଣ ପାଇଁ ଏଭଳି ଦୁର୍ଘଟଣା ଘଟିଲା, ସିଗନାଲ ସମସ୍ୟା ମନୁଷ୍ୟକୃତ କି ନାହିଁ, ତାର ମଧ୍ୟ ତଦନ୍ତ ହେବ। ଟ୍ରେନରେ ସ୍ୱତନ୍ତ୍ର ସ୍ପିଡୋମିଟର ଲାଗିଛି। ଅଟୋମେଟିକ ସିଗନାଲ ଟେରିଟୋରିରେ ୨ଟି ଟ୍ରେନ୍ ଯାଇପାରିବାର ବ୍ୟବସ୍ଥା ଥିବା ବେଳେ କିଭଳି ଏହି ଦୁର୍ଘଟଣା ଘଟିଲା, ତାହାର ଯାଞ୍ଚ କରାଯିବା ସହ ଟ୍ରେନର ସ୍ପିଡୋ ମିଟରକୁ ଜବତ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳ ଧାରଣା ମରାମତି କାର୍ଯ୍ୟ ଓ ଟ୍ରେନକୁ ନେବା ବ୍ୟବସ୍ଥା ହେଉଥିବା ବେଳେ ସେହି ରୁଟରେ ଟ୍ରେନ ଚଳାଚଳ ବନ୍ଦ କରାଯାଇ ୫ଟି ଟ୍ରେନର ଗତିପଥକୁ ବଦଳାଇ ଦିଆଯାଇଥିଲା। ପୁରୀ-ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ, ଧାନବାଦ-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ, ତାଳଚେର-ପୁରୀ ମେମୁ ଏବଂ ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ ନରାଜ ବାଟ ଦେଇ ଆସିଥିଲା।

ଗୁରୁତର ଆହତ
ଜିତେନ୍ଦ୍ର ପାଢୀ(୩୯), ପୂର୍ଣ୍ଣଚନ୍ଦ୍ର ନାୟକ( ୩୫), ଶରତ ଚନ୍ଦ୍ର ବେହେରା( ୪୯), ଅଶ୍ୱିନୀ କୁମାର ଲେଙ୍କା( ୪୦)।

ଅନ୍ୟ ଆହତ 
ସୁନାରାଣୀ ସାହୁ ( ୩୭), ପୁଷ୍ପାଞ୍ଜଳି ଜତୱାର (୩୦), ତାନିଶା ଜତୱାର(୩.୫),   ପ୍ରଭାତ କୁମାର ରାଜ୍ ( ୪୨), ଜୟଶ୍ରୀ ନାୟକ (୨୮), ନାରାୟଣ ପାତ୍ର(୫୧), ପ୍ରସନ୍ନ କୁମାର ସାହୁ(୩୫) , ତନ୍ମୟ ନାୟକ(୨), ଦୁର୍ଯୋଧନ ନାୟକ(୩୮), ଜ୍ୟୋତି ନାୟକ(୨୫), ସୈାରଭ ପରିଡ଼ା (୨୭), ଶୁଭମ୍ ପାଲ୍(୧୯), ଜୟଶ୍ରୀ ପରୁଆ(୨୪), ରାଜଶ୍ରୀ ପରିଜା(୨୧), କ୍ରିଷ୍ଟିଆନା ସିମନ୍ ଚନ୍ଦେକ୍(୨୨), ସ୍ନେହା ସୁନେନା(୪୯), ମମତାଜ୍ ଖାଁ(୬୦)।

ପ୍ରତାପ ବନାମ ପ୍ରତାପ : ପରସ୍ପରକୁ ଦୋଷାରୋପ

ଦୁର୍ଘଟଣା ପାଇଁ ରେଳ ବିଭାଗ ଦାୟୀ: ପ୍ରତାପ ଜେନା
ଓଡିଶାରେ ରେଳ ବିଭାଗ ରେଳ ଲାଇନ୍‌ ମରାମତି, ଭିତ୍ତିଭୂମିର ବିକାଶ କରୁନି। ଯାହାଫଳରେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟୁଛି। ଭଗବାନଙ୍କ ଆଶୀର୍ବାଦରୁ ଆଜିର ଦୁର୍ଘଟଣାରେ ସମସ୍ତ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନର ବଡ ପ୍ରଶ୍ନ ହେଉଛି କିପରି ରେଳ ବିଭାଗ ଏତେ ବେପରୱା କେମିତି ହେଉଛି। ଯେତେବେଳେ ଘନ କୁହୁଡି ଅଛି ସେହି ସମୟରେ ଟ୍ରେନ୍‌ କେତେ ଗତିରେ ଯିବା କଥ‌ା ସେ ନେଇ କର୍ମଚାରୀଙ୍କୁ ତାଲିମ୍‌ ଦିଆଯିବା କଥା । ସେମାନେ ଆଗରୁ ସୂଚନା ପାଇ ପଦକ୍ଷେପ ନେବା ଉଚିତ୍‌ । କିନ୍ତୁ ସେମାନେ କିପରି ଭାବେ ଜାଣି ପାରିଲେ ନାହିଁ ଓ ଏକ ଦୁର୍ଘଟଣା ଘଟିଲା। ରେଳ ବିଭାଗ ପକ୍ଷରୁ ଓଡିଶାର ରେଳ ବିକାଶ କ୍ଷେତ୍ରରେ ଯେଉଁଭଳି ଭିତ୍ତିଭୂମି, ମରାମତି ହେବା କଥା ତା’ ଠିକ୍‌ ଭାବରେ ହେଉନି। ଭବିଷ୍ୟତରେ ଓଡିଶାରେ ରେଳ ଲାଇନ୍‌ର ଉନ୍ନତିକରଣ କରିବାକୁ ପ୍ରସ୍ତାବ ଦିଆଯିବ। ରେଳ ବିଭାଗ ଦୁର୍ଘଟଣା ରୋଗକିବା ଦିଗରେ ପଦକ୍ଷେପ ନେବା ଦରକାର।

ଏସ୍‌ସିବିରେ ଭିତ୍ତିଭୂମି ନାହିଁ: ପ୍ରତାପ ଷଡଙ୍ଗୀ
ଘନ କୁହୁଡି ଯୋଗୁଁ ଟ୍ରେନ ଦୁର୍ଘଟଣା ଘଟିଛି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ। ତେବେ, ଏସ୍‌ସିବିରେ ଚିନ୍ତାଜନକ ଅବସ୍ଥା। ରୋଗୀ ତଳେ ପଡିରହୁଛନ୍ତି। ଝାଡ଼ା, ପରିସ୍ରା ଯିବା ପାଇଁ ଦୁଇ ଶହ ରୋଗୀଙ୍କ ପାଇଁ ଗୋଟିଏ ପାଇଖାନା। ରୋଗୀଙ୍କୁ ନେବାକୁ ଗୋଟିଏ ଷ୍ଟ୍ରେଚର। ସରକାରଙ୍କ ଅନୁମତି ନେଇ ୧୫ଦିନ ଭିତରେ ତୁରନ୍ତ ପାଇଖାନା ନିର୍ମାଣ କରିବା ପାଇଁ ଏସ୍‌ସିବି ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି।