ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ; ଅଧା ବଗି ଛିଡ଼ିଗଲା, ତଥାପି ବର୍ତ୍ତିଗଲା

ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ; ଅଧା ବଗି ଛିଡ଼ିଗଲା, ତଥାପି ବର୍ତ୍ତିଗଲା

ଝାରସୁଗୁଡ଼ା: ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ଅଧୀନସ୍ଥ ଧୁତରା ବାଗଡିହି ଷ୍ଟେସନ ମଝିରେ ଥିବା ତେଲିଡିହି ରେଳଫାଟକ ପାଖରେ ଶୁକ୍ରବାର ସନ୍ଧ୍ୟାରେ ଏକ ମାଲଗାଡ଼ି ଝାରସୁଗୁଡ଼ା ପଟୁ ରାଉରକେଲା (ଡାଉନ ଲାଇନ) ଆଡ଼େ ଯାଉଥିବା ବେଳେ ମାଲଗାଡ଼ିର ମଝିରୁ ଅଧା ବଗି ଛିଣ୍ଡି ଯାଇ ଲାଇନ ଉପରେ ଅଟକି ଯାଇଥିଲା।

ବାକି ବଗି ଗୁଡ଼ିକ ଆଗକୁ ପଳାଇ ଯାଇଥିଲା। ତେବେ ମାଲଗାଡ଼ି ପଛରେ ଥିବା ଗାର୍ଡ ଏ ନେଇ ୱ‌ାକିଟକିରେ ଲୋକୋ ପାଇଲଟଙ୍କୁ ଜଣାଇବା ପରେ ଉକ୍ତ ମାଲଗାଡ଼ି ପୁଣି ପଛକୁ ଫେରିଥିଲା ଓ ରହି ଯାଇଥିବା ବଗିକୁ ନେଇଥିଲା। ଫଳରେ ଏକ ବଡ଼ ବିପଦ ଟଳି ଯାଇଥିଲା। ଏହି ଲାଇନଟି ସବୁଠାରୁ ଅଧିକ ବ୍ୟସ୍ତବହୁଳ। ଯଦି ଏଥିରେ ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା ତେବେ ପଛରୁ ଆସୁଥିବା ଯାତ୍ରୀବାହୀ ଟ୍ରେନ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe