ଦୁର୍ଘଟଣା ପରେ ଦୁର୍ଘଟଣା : ଉତ୍ତରଦାୟୀ କିଏ?

୨୦୧୫ ଅଗଷ୍ଟ ୬: ନରାଜ ମାର୍ଥାପୁର ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ତାଳଚେରରୁ କୋରାପୁଟର ଦାମନଯୋଡ଼ଡ଼ିକୁ କୋଇଲା ଚାଲାଣ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। କିନ୍ତୁ କୌଣସି କର୍ମଚାରୀ ମୃତାହତ ହୋଇ ନଥିଲେ।

୨୦୧୬ ସେପ୍ଟେମ୍ବର ୨୯: ସନ୍ଧ୍ୟା ପ୍ରାୟ ୬ଟା ୩୦ ବେଳେ କାଠଯୋଡ଼ି ଷ୍ଟେସନ୍‌ରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ପଲାସାରୁ ଭଦ୍ରକ ଯାଉଥିବା ଭୁବନେଶ୍ବର-ଭଦ୍ରକ ଡିଏମ୍‌ୟୁ ପାସେଞ୍ଜର ଟ୍ରେନ୍‌ କାଠଯୋଡ଼ି ଷ୍ଟେସନ୍‌ ନିକଟରେ ପୂର୍ବରୁ ଛିଡ଼ା ହୋଇଥିବା ଏକ ଚିନି ବୋଝେଇ ମାଲବାହୀ ଟ୍ରେନ୍‌କୁ ସେହି ଟ୍ରାକ୍‌ରେ ଆସି ପଛପଟୁ ଧକ୍କା ଦେଇଥିଲା। ଦୁଇଟି କୋଚ୍‌ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଏଭଳି ଭୟଙ୍କର ଦୁର୍ଘଟଣାରେ ଢେ଼ଙ୍କାନାଳର ଗୁଣ୍ତୁଚିପଡ଼ା ଅ˚ଚଳର ପୁଲିସ ହାବିଲ୍‌ଦାର ଅମୂଲ୍ୟ କୁମାର ମହାନ୍ତି ଓ କନେଷ୍ଟବଳ ନିଆଳିର ପ୍ରକାଶ ଦାସଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଉଭୟ ଯାତ୍ରୀଙ୍କ ଶବ ବଗି ଭିତରେ ଚାପି ହେବା କାରଣରୁ ମୃତ୍ୟୁ ହୋଇଥିଲା।

୨୦୧୭ ସେପ୍ଟେମ୍ବର ୩: ଝାରସୁଗୁଡ଼ାରୁ ଆସୁଥିବା ଏକ ମାଲ୍‌ବୋଝେଇ ଟ୍ରେନ୍‌ର ତିନିଟି ଵାଗନ ଶିଖରପୁର ଲେବଲ୍‌ କ୍ରସି˚ ନିକଟରେ ଲାଇନ୍‌ଚ୍ୟୁତ ଘଟିଥିଲା। ଝାରସୁଗୁଡ଼ା ଧୁତୁରା ଅଞ୍ଚଳରୁ ଏକ ସିମେଣ୍ଟ ବୋଝେଇ ଟ୍ରେନ୍‌ କଟକ ଶିଖରପୁର ଗୁଡ୍‌ସେଡ୍‌କୁ ଆସୁଥିଲା। ଦିନ ପ୍ରାୟ ୧୧ଟା ୫୦ ମିନିଟ୍‌ ବେଳେ ଶିଖରପୁର ରେଲେଵ କ୍ରସି˚ ନିକଟରେ ଟ୍ରେନ୍‌ର ଦୁଇଟି ବଗି ରେଳ ଧାରଣା ଭିତରେ ଖସି ପଡ଼ିଥିଲା।

୨୦୧୭ ସେପ୍ଟେମ୍ବର ୨୭: ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ ନିକଟରେ ସାର ବୋଝେଇ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ପ୍ରାୟ ୧୬ ଵାଗନ୍‌ ରେଳ ଧାରଣା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଏହି ମାଲ୍‌ବାହୀ ଟ୍ରେନ୍‌ ଆସାମର ହଇବାରଗାଓଁରୁ ବିଶାଖାପାଟଣାସ୍ଥିତ ଗଙ୍ଗାଭରମ ପୋର୍ଟକୁ ଯାଉଥିଲା।

୨୦୧୮ ମେ ୧୫: ହାଓ୍ୱଡା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌ ଅଳ୍ପକେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା। ରାତି ପ୍ରାୟ ୨ଟା ୨୫ ବେଳେ ଟ୍ରେନ୍‌ ପୁରୀ ଆଡ଼କୁ ଯାଉଥିବା ବେଳେ କଟକ ରେଳ ଷ୍ଟେସନ୍‌ ପୂର୍ବରୁ ମହାନଦୀ ଓଭର ବ୍ରିଜ ଅତିକ୍ରମ କରିବା ପରେ ସନ୍ତୋଷୀ ମା’ ମନ୍ଦିର ସାମ୍‌ନାରେ ଦୁର୍ଘଟଣାର ସାମ୍‌ନା କରିଥିଲା। ଏସ୍‌-୬ କୋଚ୍‌ର ଅଣ୍ତର ଗିଅର‌୍‌ ହ୍ବିଲ୍‌ ନିକଟରେ ଥିବା ଏକ ସ୍ପ୍ରିଙ୍ଗି ଭାଙ୍ଗିଯାଇଥିଲା। ଫଳରେ ଟ୍ରେନ୍‌ ଡ୍ରାଇଭର କଟକ ପ୍ଲାଟ୍‌ଫର୍ମ ପୂର୍ବରୁ ଜରୁରୀକାଳୀନ ବ୍ରେକ୍‌ ମାରି ଟ୍ରେନ୍‌କୁ ଅଟକାଇଥିଲେ। ରାତି ସାରା ଶହ ଶହ ଯାତ୍ରୀ ଟ୍ରେନ୍‌ ଭିତରେ ଫସି ରହିଥିଲେ।

୨୦୧୯ ଏପ୍ରିଲ ୨: କାଠଯୋଡ଼ି ବ୍ରିଜ ଉପରେ ରାଜଧାନୀ ଏକ୍ସପ୍ରେସ୍‌ ୧୪ଟି ବଗି ଛାଡ଼ି ଇଞ୍ଜିନ ସହିତ ଆଗକୁ ଗଡ଼ିଯାଇଥିଲା। ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ୧୭ଟି ବଗି ବିଶିଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏ ପ୍ରକାର ଅଘଟଣ ଘଟିଥିଲା। ଉକ୍ତ ବଗିରେ ଥିବା ୫୯ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଏଥିରେ ଅବଶ୍ୟ କେହି ଆହତ ହୋଇ ନଥିଲେ।

୨୦୧୯ ଅକ୍ଟୋବର ୨୮: ଆଠଗଡ଼ ଘଣ୍ଟିଖାଲ ରେଳଷ୍ଟସନ ନିକଟ ନିଧିପୁର ଲେବୁଲ୍‌ କ୍ରସି˚ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ୫ଟି ବଗିକୁ ଛାଡ଼ି ଇଞ୍ଜିନ ପଳାଇଥିଲା।

ସମ୍ବନ୍ଧିତ ଖବର