କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଶିକରପାଇ-ଭାଲୁମସ୍କା ମଧ୍ୟରେ ଗୋଟିଏ ଆମ୍ବୁଲାନ୍ସକୁ ଧକ୍କା ଦେଇ ଘୋଷାରି ନେଇଛି ମାଲବାହୀ ଟ୍ରେନ୍। ସୌଭାଗ୍ୟକ୍ରମେ ୩ଜଣ ଚକ୍ଷୁରୋଗୀ, ଆଶା, ଆମ୍ବୁଲାନ୍ସ ଡ୍ରାଇଭର, ହେଲ୍ପର ଓ ଜଣେ କର୍ମଚାରୀ ବର୍ତ୍ତିଯାଇଛନ୍ତି। ଫାଟକ ବିହୀନ ଲେବଲ୍କ୍ରସିଂରେ ଏହି ଦୁର୍ଘଟଣା ଘଟିଛି।
କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତରୁ ଚକ୍ଷୁରୋଗୀଙ୍କୁ ନେଇ ଗୋଟିଏ ଆମ୍ବୁଲାନ୍ସ ଆଜି ଅନନ୍ତ ଚକ୍ଷୁ ଚିକିତ୍ସାଳୟକୁ ଯାଉଥିଲା। କାଣିପାଇ ନିକଟରେ ଫାଟକ ବିହୀନ ଲେବଲକ୍ରସିଂ ଅତିକ୍ରମ କରିବା ସହ ରେଳଧାରଣରେ ଆମ୍ବୁଲାନ୍ସ ଫସି ଯାଇଥିଲା। ତେଣୁ ଆମ୍ବୁଲାନ୍ସକୁ ଠେଲି ଟ୍ରାକ୍ରୁ ବାହାର କରିବା ସମୟରେ ଗୋଟିଏ ମାଲବାହୀ ଟ୍ରେନ୍ ଚାଲି ଆସିଥିଲା। ଏମିତି ପରିସ୍ଥିତିରେ ଆଶାକର୍ମୀ ଇନ୍ଦିରା ମାଣ୍ଡିକା ଗାଡ଼ିରୁ ନିଜେ ପ୍ରଥମେ ଓହ୍ଲାଇଥିଲେ। ଏହାପରେ ସମସ୍ତ ରୋଗୀଙ୍କୁ ବାହାର କରିଥିଲେ। ଦ୍ରୁତଗତିରେ ଥିବା ଟ୍ରେନ୍ ଆମ୍ବୁଲାନ୍ସକୁ ଦେଖି ବ୍ରେକ୍ ଲଗାଇଥିଲେ ସୁଦ୍ଧା ଆମ୍ବୁଲାନ୍ସକୁ ଧକ୍କା ଦେଇ ପ୍ରାୟ ଶହେ ମିଟର ଦୂରକୁ ଘୋଷାରି ନେଇଥିଲା। କିଛି ଲୋକ ଆସି ଡ୍ରାଇଭରଙ୍କୁ ଗାଡ଼ିରୁ ଉଦ୍ଧାର କରିଥିଲେ।
ସେହି ସମାନ ସ୍ଥାନରେ ୩ଥର ଦୁର୍ଘଟଣା ଘଟିଲାଣି। ଓଭରବ୍ରିଜ୍ କିମ୍ବା ଅଣ୍ଡରପାସ୍ ବ୍ରିଜ ନିର୍ମାଣ କରିବା ପାଇଁ ପୂର୍ବରୁ ବାରମ୍ବାର ଦାବି ସତ୍ତ୍ବେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଖବର ପାଇ ରାୟଗଡ଼ା ଡିଆର୍ଏମ୍ ଅମିତାଭ ସିଙ୍ଗଲ ଓ ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଘଟଣାର ତଦନ୍ତ ମଧ୍ୟ କରାଯାଇଛି। ରେଳବାଇ ପୁଲିସ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର୍ଙ୍କୁ ପଚରାଉଚରା କରୁଛି। ପୂର୍ବରୁ ଏହି ସ୍ଥାନରେ ରେଳ ବିଭାଗ ପକ୍ଷରୁ ତାରବାଡ଼ ରହିଥିଲା। ଯାହାକୁ ଗ୍ରାମବାସୀ ବାହାର କରିଥିବା ରେଳ ବିଭାଗ କହିଛି। ଲୋକ ପାଇଲଟ ଏବଂ ଆଶାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୭ଜଣଙ୍କ ଜୀବନ ବଞ୍ଚିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/11/Y558Z1gEZTQ76srGpdwE.jpg)